ଜଙ୍ଗଲ ବିଭାଗର ‘ଥାର୍’ କିଣା ଓ ମୋଡିଫିକେସନ୍ର ହେବ ସ୍ୱତନ୍ତ୍ର ଅଡିଟ୍ । ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଯେ ପୂରା ଗାଡ଼ି କିଣା ପ୍ରକ୍ରିୟା ଓ ରୂପାନ୍ତରକୁ ତଦନ୍ତ ପରିସରଭୁକ୍ତ କରାଯିବ । PCCFଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯିବ ସ୍ୱତନ୍ତ୍ର ଅଡିଟ୍ । ସବୁ ଗାଡ଼ି ପିସିସିଏଫ୍ ଅଧୀନରେ ରହିଛି, ଅଧିକ ଖର୍ଚ୍ଚର ତଦନ୍ତ ହେବ। ୭ କୋଟି ଟଙ୍କାରେ ୫୧ଟି ଥାର୍ କିଣିଥିଲା ଜଙ୍ଗଲ ବିଭାଗ । ହେଲେ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା । ସୂଚନା ଯୋଗ୍ୟ; ଜଙ୍ଗଲ ଭିତରେ ପେଟ୍ରୋଲିଂ କରିବା ପାଇଁ ଜଙ୍ଗଲ ବିଭାଗ କିଣିଛି ଥର୍ ଗାଡ଼ି । ୫୧ଟି ଗାଡ଼ିକୁ ୭ କୋଟିରେ କିଣାଯାଇଛି। ଅର୍ଥାତ୍ ଗୋଟିଏ ଗାଡ଼ିର କିଣା ମୂଲ୍ୟ ୨୪ ଲକ୍ଷରୁ ଅଧିକ ଟଙ୍କା । ତେବେ ଏହି ଥାର ଗାଡି କିଣାରେ ଖର୍ଚ୍ଚ ଠାରୁ ଆରମ୍ଭ କରି ଏହାର ମୋଡିଫିକେସନ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ଟଙ୍କାକୁ ନେଇ ଉଠିଛି ପ୍ରଶ୍ନ | ୫୧ଟି ମହିନ୍ଦ୍ରା ଥର ଗାଡି କିଣିବା ପାଇଁ ୭ କୋଟି ୧୪ ଲକ୍ଷ ୭୦ ହଜାର ୨୭୮ ଟଙ୍କା ଖର୍ଚ୍ଚ ହୋଇଥିଲା | ଆଉ ଏସବୁ ଗାଡ଼ିର ମୋଡିଫିକେସନ ବାବଦରେ ୫ କୋଟି ୨ ଲକ୍ଷ ୪୭ ହଜାର୬୯୬ ଟଙ୍କା ଖର୍ଚ୍ଚ ହୋଇଛି | Post navigation Chakka Jam Protest In Nabarangpur: ଆଜିଠୁ ୨୯ ତାରିଖ ଯାଏ ନବରଙ୍ଗପୁରର ୩ଟି ବ୍ଲକରେ ଗାଡ଼ି ଚଳାଚଳ ଠପ୍ Reconstitution Of OSCBC: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ