ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା ବେଳେ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି ଯେଉଁଥିରେ ମାଓବାଦୀଙ୍କ ନାଁ, ଫଟୋ ସହ ପୁରସ୍କାର ରାଶି ଉଲ୍ଲେଖ ଅଛି । ମାଓବାଦୀ ଆତ୍ମସମର୍ପଣ କଲେ ତାଙ୍କୁ କ’ଣ କ’ଣ ସୁବିଧା ମିଳିବ ସେ ବିଷୟରେ ମଧ୍ୟ ଉଲ୍ଲେଖ ଅଛି । ଅନ୍ୟପଟେ, ଯେଉଁ ଲୋକ ମାଓବାଦୀଙ୍କ ସଠିକ ସୂଚନା ଦେବେ, ସେମାନଙ୍କ ନାମ ଗୁପ୍ତ ରଖି ପୁରସ୍କାର ଦିଆଯିବ ବୋଲି ସରକାର ଘୋଷଣା କରିଛି ବୌଦ୍ଧ ଜିଲ୍ଲା ପୋଲିସ । ୯୪୩୭୬୭୩୮୩୯ ନମ୍ବରରେ ଯୋଗାଯୋଗ କରିପାରିବେ । ସୁରକ୍ଷା ବାହିନୀ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇ ୨୦୨୬ ସୁଦ୍ଧା ଜିଲ୍ଲାକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି । ଲାଲବାହିନୀର ସଦସ୍ୟ ମାନଙ୍କୁ ମୂଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପୋଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଦେଶ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଓବାଦୀର ସଶସ୍ତ୍ର ବିଦ୍ରୋହୀଙ୍କଠାରୁ ମୁକ୍ତ ହେବ ବୋଲି ପୂର୍ବରୁ, ଭାରତର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । Post navigation Vigilance Raid: ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ BJD Foundation Day: ଡିସେମ୍ୱର ୨୬ରେ ବିଜେଡି ପାଳିବ ରାଜ୍ୟବ୍ୟାପୀ ୨୯ତମ ପ୍ରତିଷ୍ଠା ଦିବସ