ଭୁବନେଶ୍ୱର ଉପକଣ୍ଠ ଧଉଳି ଅଞ୍ଚଳ ନିକଟରେ ଗଣବଳାତ୍କାରର ଶିକାର ହୋଇଥିବା ନାବାଳିକା ଝିଅକୁ ନ୍ୟାୟ ଦାବି କରିବା ସହିତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଅଭିଯୋଗରେ ଆଜି ରାଜଧାନୀ ଭୁବନେଶ୍ୱରରେ ଯୁବ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଅଣ୍ଡାମାଡ଼ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ଏହି ସମୟରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଧାବାଟରେ ଅଟକାଇଛି । କହିରଖୁଛୁ ଯେ, ଭାରତୀୟ ଜାତୀୟ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାମରେ ନ୍ୟାସନାଲ ହେରାଲଡ଼ ମିଥ୍ୟା ମାମଲାରେ ଫସାଇ ଦୀର୍ଘ ଏକ ଦଶନ୍ଧି ଧରି ବଦନାମ କରିବା ପ୍ରତିବାଦରେ ଓଡିଶା କଂଗ୍ରେସ ପକ୍ଷରୁ ଗତକାଲି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । Post navigation BJD Leaders Gathering: ବିଜଦ ଲିଗାସି ନେଉଛି ରୂପ ନୂଆ Delhi Fog: ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ଆଜି ପୁଣି ୧୦୦ରୁ ଅଧିକ ବିମାନ ବାତିଲ