National Herald Case: Congress' Masal march against vindictive politics
ନ୍ୟାସନାଲ ହେରାଲଡ଼ ମାମଲାରେ ମିଥ୍ୟା ଟଙ୍କା କାରବାରରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଫସାଇ ସରକାର ଇଡି ବିଭାଗକୁ ହାତବାରିସୀ କରି ବିଜେପି ସରକାର କରିଥିବା ପ୍ରତିହିଂସା ପରାୟଣ ରାଜନୀତି ବିରୁଦ୍ଧରେ ରାଜ୍ୟ ସାରା ପ୍ରତି ଜିଲ୍ଲାରେ ମଶାଲ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହେଊଛି ।
 
ଏହି ପରିପେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଭବନଠାରୁ ଏକ ମଶାଲ ପ୍ରତିବାଦ ଯାତ୍ରା ବାହାରି ବିଜେପି ଅଫିସ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
 
କହିରଖୁଛୁ ଯେ, ଦିଲ୍ଲୀର ବିଶେଷ ଅଦାଲତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ସଂଜ୍ଞାନ ନେବାକୁ ମନା କରିଦେଇଛନ୍ତି ।
National Herald Case: Congress' Masal March against vindictive politics

By Nirvay

Leave a Reply

Your email address will not be published. Required fields are marked *