ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଏଥିପାଇଁ କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । କଠୋର ପଦକ୍ଷେପ ନେଇ କିପରି ବନ୍ଦ କରାଯିବ ଆଲୋଚନା ଚାଲିଛି । ପୁରୁଣା ଆଇନରେ ଅନେକଗୁଡ଼ିଏ ଦଣ୍ଡବିଧାନର ପ୍ରାବଧାନ ଅଛି ।ସେଥିରେ କିଛିଟା ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି । ମନ୍ଦିର ଭିତରେ ଫଟୋ ଉଠା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରକ୍ରିୟା ଚାଲିଛି । ସେହିପରି ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, ଶ୍ରୀମନ୍ଦିର ଗର୍ଭ ଗୃହର ଫଟୋ ଭାଇରାଲ ହୋଇଥିବା ଗଣମାଧ୍ୟମରୁ ସୂଚନା ପାଇଲୁ । ଏହି ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ଏକ ମାମଲା ରୁଜୁ କରିଛୁ । କେସ ନମ୍ୱର ୨୩୩, ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟରେ ମାମଲା ରୁଜୁ କରାଯାଇଛି । ଗୋଟେ ଇନଷ୍ଟାଗ୍ରାମ ଆଇଡିରେ ଫଟୋ ଅପଲୋଡ଼ ହୋଇଥିବା ଦେଖିବାକୁ ମିଳିଛି । ଏହି ଫଟୋ କିଏ ଅପଲୋଡ଼ କରିଛି, ଏହା ପଛର ଜଣ ସତ୍ୟତା ରହିଛି ସବୁ ଯାଞ୍ଚ କରାଯିବ । ଯିଏ ଦୋଷୀ ସାବ୍ୟସ୍ତ ହେବ କଡା କାର୍ଯ୍ୟାନୁଷ୍ଠାନ ହେବ । ସୂଚନା ଯୋଗ୍ୟ; ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ । ସୋସିଆଲ ମିଡିଆରେ ଆଶୀର୍ବାଦ୯୪୫ ଆଇଡିରୁ ଫଟୋ ଭାଇରାଲ ହୋଇଛି । ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଦେଖିବାକୁ ମିଳିଛି । ଅତି ନିକଟରୁ ମହାପ୍ରଭୁଙ୍କ ଫଟୋ ଉଠାଇଛନ୍ତି ଜଣେ ବ୍ୟକ୍ତି । ଶ୍ରୀମନ୍ଦିର ଭିରତ ଫଟୋ ସହ ବାହାରେ ନିଜ ଫଟୋ ଉଠାଇ ଅପଲୋଡ୍ କରିଛନ୍ତି । କଡା ସୁରକ୍ଷା ସତ୍ତ୍ୱେ କିପରି ମୋବାଇଲ ଭିତରକୁ ନେଇ ଫଟୋ ଉଠାଯାଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । Post navigation Home Guard Recruitment: ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ; ଏୟାରଷ୍ଟ୍ରିପରେ ପରୀକ୍ଷା ଦେଲେ ପିଲା KISS Student Death: କିସ୍ ଛାତ୍ର ହତ୍ୟା ମାମଲା: କିସ୍ କର୍ତ୍ତୃପକ୍ଷ କରିଛନ୍ତି ଅବହେଳା: OSCPCR