ମାଲକାନଗିରି ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା। ମାଲକାନଗିରି ଯିବ ବିଜେଡିର ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ବିଜେଡି ଆଜି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲା ପରିଦର୍ଶନ ପାଇଁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି । ଏହିତଥ୍ୟ ଅନୁସନ୍ଧାନକାରୀ ଦଳରେ ମାନସ ମାଡ଼କାମୀ, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ଈଶ୍ୱର ପାଣିଗ୍ରାହୀ, ଏବଂ ଚିତ୍ରକୋଣ୍ଡାର ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ସାମିଲ ଅଛନ୍ତି। ଏହି ଦଳକୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ବାସ୍ତବ ପରିସ୍ଥିତିର ଆକଳନ କରିବା ପରେ ଦଳୀୟ ସଭାପତିଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାର ଦାୟିତ୍ୱ ଦିଆଯାଇଛି। ବିଜୁ ଜନତା ଦଳ ରିପୋର୍ଟ ହୋଇଥିବା ହିଂସାକାଣ୍ଡଗୁଡ଼ିକ ଉପରେ ଗଭୀର ଚିନ୍ତା ପ୍ରକାଶ କରୁଛି ଏବଂ ଶାନ୍ତି ଫେରାଇ ଆଣିବା, ପ୍ରଭାବିତ ପରିବାରର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅପରାଧୀମାନଙ୍କୁ ନ୍ୟାୟ ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ଅନୁରୋଧ କରୁଛି। ସୂଚନା ଯୋଗ୍ୟ; ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଛି । MV ୨୬ଗାଁକୁ ଜାଳିଦେଇଥିଲେ ରାଖାଲଗୁଡା ଗ୍ରାମବାସୀ । ଗତକାଲି ପୋଟରୁ ନଦୀକୂଳରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର ହୋଇଥିଲା । ଏହି ଚାଞ୍ଚଲ୍ୟକର ଘଟଣା ପରେ ୫୦ରୁ ଅଧିକ ଘରେ ନିଆଁ ଲଗାଇ ଦିଆଯାଇଥିଲା। ୧୬୦ରୁ ଅଧିକ ଘର ଭାଙ୍ଗି ଦିଆଯାଇଛି। ଯାହା ଶତାଧିକ ପରିବାରକୁ ଘର ଛାଡ଼ି ନିକଟସ୍ଥ ଗ୍ରାମରେ ଆଶ୍ରୟ ନେବାକୁ ବାଧ୍ୟ କରିଛି ବୋଲି ଜଣାପଡ଼ିଛି। Post navigation Goa Night Club Fire: ଗୋଆ ନାଇଟ୍ କ୍ଲବ୍ ଅଗ୍ୱିକାଣ୍ଡ ଘଟଣା; ଫେରାର ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡରେ ଅଟକ Internet Shutdown In Malkangiri: ମାଲକାନଗିରି ଉତ୍ତେଜନା: ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା