Jay Dholakia will be the leader of Nuapada's development: Mohan Majhi
ଜୟ ଢୋଲକିଆ ନୂଆପଡ଼ା ବିକାଶର ସାରଥୀ ହେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କ ପାଇଁ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।ନୂଆପଡ଼ାରେ ଏଥର ବିକାଶ ହେବ । ବିଜେପି ସରକାର ଏଠାରେ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ବୋଲି ମାଝୀ କହିଛନ୍ତି ।
 
ଜୟ ଢୋଲକିଆଙ୍କ ନେତୃତ୍ୱରେ ନୂଆପଡ଼ା ରାଜ୍ୟର ଏକ ନମ୍ବର ଜିଲ୍ଲା ହେବ । ବିଜେପିର ସଂକଳ୍ପ ଓ ବାପାଙ୍କ ସ୍ୱପ୍ନକୁ ପାଥେୟ କରି ନୂଆପଡ଼ାକୁ ନୂଆ ବିଧାୟକ ନୂଆ ରୂପ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
 
ମାଝୀ କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟୀ ଉତ୍ସବ ପାଳନ କରାଯାଇଥିବାବେଳେ ଆଜି ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପି ସରକାର ୧୬ ମାସ ଅତିକ୍ରମ କରି ଏବେ ୧୭ ମାସରେ ପଦାର୍ପଣ କରିଛି । ଗତ ଛଅ ମାସ ପୂର୍ବର ନୂଆପଡ଼ାର ଜିଲ୍ଲା ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବିଜେପି ସରକାର ପ୍ରତି ନୂଆପଡ଼ାବାସୀଙ୍କ ସମର୍ଥନ ଦେଖିଥିଲି । ଦୀର୍ଘ ୨୪ ବର୍ଷ ଧରି ଅବହେଳାର ଶିକାର ହୋଇଥିବା ଏଠାକାର ଲୋକେ ଆଶା ବାନ୍ଧିଥିଲେ ଯେ ସରକାର ପରିବର୍ତନ ହୋଇଛି ଏବେ ନୂଆପଡ଼ାର ବିକାଶ ହେବ। ଏହି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଁ ନିଜେ ଦାୟିତ୍ୱ ନେଇଛି ।
Jay Dholakia will be the leader of Nuapada's development: Mohan Majhi
 
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତାମାନେ ଅକ୍ଲାନ୍ତ ପରିଶ୍ରମ କରି ବିଜେପିକୁ ବିପୁଳ ବିଜୟ କରାଇଛନ୍ତି । ଏଥିପାଇଁ ସମସ୍ତ ନୂଆପଡ଼ାବାସୀ ଓ ଦଳୀୟ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ବୋଲି ମାଝୀ କହିଛନ୍ତି ।
 
ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ନୂଆପଡ଼ାବାସୀଙ୍କ ଆର୍ଶୀବାଦ କାରଣରୁ ଜୟ ଢ଼ୋଲକିଆ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ନୂଆପଡ଼ାର ବିକାଶ ପାଇଁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ । ନୂଆପଡ଼ାକୁ ନୂଆ ବିଧାୟକ ନୂଆ ରୂପ ଦେବେ । ସେ ଅଖଣ୍ଡ ପରିଶ୍ରମ କରି ନୂଆପଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରନ୍ତୁ । ଏନେଇ ନୂଆପଡ଼ାବାସୀ ଓ ବିଜେପି କାର୍ଯ୍ୟକତାଙ୍କୁ ଯେତେ ଧନ୍ୟବାଦ ଦେଲେ ତାହା କମ୍ ହେବ ।
 
ସମସ୍ତେ ବହୁ ପରିଶ୍ରମ କରି ନିଷ୍ଠାପର ଭାବେ ଉଦ୍ୟମ କରିଛନ୍ତି। ସମସ୍ତେ ନିଜର ବୁଦ୍ଧି, ବିଦ୍ୟା, ଯୋଗ୍ୟତା ସବୁକୁ ଏହି ନିର୍ବାଚନରେ ଲଗାଇ ଦଳକୁ ବିଜୟୀ ଲାଭ କରାଇଛନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ପରିଶ୍ରମ କରି ଲୋକଙ୍କ ପାଖରେ ପହଂଚି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଚାଂଇ ପାରିଛନ୍ତି। ପରିବାରବାଦ ନୁହେଁ ପ୍ରତ୍ୟେକ ପରିବାର ପାଇଁ ବିଜେପି ସମର୍ପିତ। ଓଡ଼ିଶାରେ ବିଜେପିର ଲୋକପ୍ରିୟତା ଯେଉଁଭଳି ଭାବେ ବଢ଼ିଚାଲିଛି ଏହି ଊପନିର୍ବାଚନରେ ବିପୁଳ ବିଜୟ ହେଉଛି ତାର ପ୍ରତିଫଳନ ।
 
ବିହାର ନିର୍ବାଚନ ସହ ଓଡ଼ିଶା ଓ ଜାମୁକାଶ୍ମରୀର ଉପନିର୍ବାଚନର ଫଳାଫଳ ସାରା ଦେଶକୁ ପ୍ରଭାବିତ କରିଛି । ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ । ଏବେ ବିଜେପି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଉଛି ତାହା ପୂରଣ କରିବା ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର। ମୁଖମନ୍ତ୍ରୀ ଘୋଷଣା କରିଥିବା ସମସ୍ତ କାର୍ଯ୍ୟକୁ ନିକ୍ଷୁଣଭାବେ କରିବା ପାଇଁ ସଂକଳ୍ପ ନେବାକୁ ସାମଲ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।
Jay Dholakia will be the leader of Nuapada's development: Mohan Majhi
 
ଏହି ବିଜୟ ପାଇଁ ଢୋଲକିଆ ନୂଆପଡ଼ାବାସୀଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ୧୧ ତାରିଖରେ ନୂଆପଡ଼ାବାସୀ ଗଣତନ୍ତ୍ରର ଏହି ମହାପର୍ବକୁ ପାଳନ କରି ପାଖାପାଖି ୮୩% ଭୋଟିଂ କରିଛନ୍ତି । ନୂଆପଡ଼ାରେ ଯେଉଁ ବିଜୟ ହୋଇଛି ସେ ବିଜୟ ମୋର ଏକଲାର ବିଜୟ ନୁହେଁ । ଏହି ବିଜୟ ହେଉଛି ନୂଆପଡ଼ା ଅଂଚଳର ସମସ୍ତ ଜନସାଧାରଣଙ୍କ ବିଜୟ। ଭାରତୀୟ ଜନତା ପାର୍ଟିର ଡବଲଇଞ୍ଜିନ୍ ସରକାରର ବିଜୟ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯିଏ ନୂଆପଡ଼ା ଜିଲ୍ଲାର ବିକାଶ ଦାୟିତ୍ୱ ନେଇଛନ୍ତି ଏହା ହେଉଛି ତାଙ୍କର ବିଜୟ। ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକର୍ତାଙ୍କ ବିଜୟ । ନୂଆପଡ଼ା ବିକାଶର ବିଜୟ । ଏଠାକାର ପ୍ରତ୍ୟେକ ସମାଜର ଉନ୍ନତିର ବିଜୟ ।
 
ବିଜେପି ପାର୍ଟିର ଶୀର୍ଷ ନେତୃମଣ୍ଡଳୀ ଯେଉଁଭଳି ଜଣେ ନୂଆ ସଦସ୍ୟଙ୍କୁ ଗୋଟିଏ ପରିବାର ଭଳି ପଥପ୍ରଦର୍ଶନ କଲେ, ଉପନିର୍ବାଚନ ସଂଚାଳନ କଲେ ଓ ଦଳୀୟ କାର୍ଯ୍ୟକର୍ତାମାନେ ନୂଆପଡ଼ାବାସୀ ଲୋକଙ୍କୁ ଏକତ୍ରିତ କରି ଯେଉଁଭଳି ଉପ ନିର୍ବାଚନା ଶେଷ କଲେ ସେଥିପାଇଁ ଢୋଲକିଆ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
 
ଏହି ସମ୍ବଦ୍ଧର୍ନା ସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ନୂଅପଡ଼ା ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଓ ଜୟ ଢୋଲକିଆଙ୍କ ମା’ କଳ୍ପନା ଢୋଲକିଆ ପ୍ରମୁଖ ଯୋଗଦେଇଥିଲେ । ସଭା ଶେଷ ହେବା ପରେ ଜୟ ଢ଼ୋଲକିଆ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ପାଇଁ ପରିବାରବର୍ଗ ସହ ପୁରୀ ଶ୍ରୀମନ୍ଦିର ଗସ୍ତ କରିଥିଲେ ।
 
 

By Nirvay

Leave a Reply

Your email address will not be published. Required fields are marked *