ollywood-singer-humane-sagar-on-ventilator
ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ହ୍ୟୁମାନ ସାଗରଙ୍କ ଏକାଧିକ ଅଙ୍ଗ କାମ କରୁନି । ସେ ଏବେ ହାଇ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସାଧୀନ ହେଉଛନ୍ତି । ଆଗାମୀ ୭୨ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ । ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରେ ।
 
କଟକର ଏକ ଘରୋଇ ହସ୍ପିଟାଲରେସେ ପ୍ରଥମେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ସେ କିଡନୀ ଓ ଲିଭର୍ ଜନୀତ ସମସ୍ୟାରେ ପୀଡ଼ିତ ଥିଲେ । ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଛି । ହ୍ୟୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଗଣମାଧ୍ୟମକୁ ମାଆ ଶେଫାଳୀ ସୁନା ଓଡ଼ିଶାବାସୀ ଓ ସରକାରଙ୍କୁ ସାହାଯ୍ୟ ମାଗୁଛି ଏବଂ ପୁଅ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ।
 
ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ହ୍ୟୁମାନ । ବିଶେଷ ଭାବେ ଯୁବ ପିଢ଼ିଙ୍କ ବେଶ୍ ପସନ୍ଦ । ହ୍ୟୁମାନ ସାଗର ଏବେ ନୂଆ ଓଡ଼ିଆ ସିନେମା ‘ଛକି ଶୂନ’ର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି । ଏହା ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ସଙ୍ଗୀତ ନିର୍ଦ୍ଦେଶନା ।
 
କହିରଖୁଛୁ ଯେ, ଓଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଦୀର୍ଘ ଦୁଇ ମାସ ହେବ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *