People’s trust, development are the hallmarks of progress: CM Mohan Majhi
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବିଜୟ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜିର ନିର୍ବାଚନ ନୂଆପଡା ବିକାଶ ପାଇଁ ଭୋଟ୍ । ବିଶ୍ୱାସ ଓ ବିକାଶ ହିଁ ପ୍ରଗତିର ନନ୍ଦିଘୋଷ । ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଢ଼ିବାରେ ନୂଆପଡାବାସୀ ଭାଗିଦାରୀ ହୋଇଛନ୍ତି ।
 
ବିହାର ନିର୍ବାଚନରେ ଏବଂ ନୂଆପଡା ଉପନିର୍ବାଚନରେ ଇତିହାସ ସୃଷ୍ଟି ହୋଇଛି । ନୂଆପଡାବାସୀ ବହୁଳ ସଂଖ୍ୟାରେ ରେକର୍ଡ ପରିମାଣରେ ନିଜ ମତଦାନ ସାବ୍ୟସ୍ତ କରିଥିବାରୁ ସର୍ବପ୍ରଥମେ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋହନ ଚରଣ ମାଝୀ । ଏହି ଫଳାଫଳ ରାଜ୍ୟରେ ରାଜନୈତିକ ମୋଡ ବଦଳାଇଛି । ଏହି ଐତିହାସିକ ବିଜୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାଦାୟୀ ନେତୃତ୍ୱ ସହିତ ଆମ ସରକାରର ଜନକଲ୍ୟାଣକାରୀ ଯୋଜନା ଏବଂ ସ୍ୱଚ୍ଛ ଶାସନ ଓ ପ୍ରଶାସନକୁ ପ୍ରତିଫଳିତ କରୁଛି ବୋଲି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
 
ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଢିବାରେ ନୂଆପଡାବାସୀ ଭାଗିଦାରୀ ହୋଇଛନ୍ତି । ଲୋକଙ୍କ ସରକାରରେ ଗତ ୧୬ ମାସ ଧରି ସ୍ୱଚ୍ଛ ଶାସନ ଓ ଓଡିଶାର ବିକାଶକୁ ତ୍ୱରାନ୍ୱିତ କରିବାରେ ଡବଲ ଇଂଜିନ ସରକାର ସଫଳ ହୋଇଛି । ଟ୍ରିପଲ ଇଂଜିନ ସରକାର ଗଢିବା ପାଇଁ ଆମେ ଯେଉଁ ଆହ୍ୱାନ ଦେଇଥିଲୁ, ସେଥିରେ ନୂଆପଡାବାସୀ ସାମିଲ ହୋଇଛନ୍ତି । ବିଜେପି ସରକାରରେ ହିଁ ନୂଆପଡାର ବିକାଶ ହେବା ବୋଲି ନୂଆପଡାବାସୀ ବୁଝିପାରିଛନ୍ତି । ମିଥ୍ୟା ପ୍ରଚାର ଓ ମିଥ୍ୟା ସ୍ୱପ୍ନର ଚିତ୍ରକୁ ଦେଖି ବାଟବଣା ହେବାର ସମୟର ଯୁଗ ଶେଷ ହୋଇଛି ବୋଲି ଆଜି ନୂଆପଡାବାସୀ ପ୍ରମାଣିତ କରିଛନ୍ତି ।
People’s trust, development are the hallmarks of progress: CM Mohan Majhi
 
ବିଜେପିର ଏହି ଐତିହାସିକ ବିଜୟ ପାଇଁ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମତଃ ରାଜ୍ୟ ସରକାରଙ୍କ ବିକାଶର ଏଜେଣ୍ଡା ଏବଂ ଦ୍ୱିତୀୟଟି ହେଉଛି ଦିବଙ୍ଗତ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଭାଇ ଢୋଲକିଆଙ୍କ ଆତ୍ମାକୁ ଅପମାନ । ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରିବାରକୁ ବେଇମାନର ଆଖ୍ୟା ଦେଇ କୁଠାରଘାତ କରାଗଲା । ପ୍ରକୃତରେ କିଏ କାହା ସହ ବେଇମାନୀ କରିଛି, ତାର ଜବାବ୍ ନୂଆପଡାବାସୀ ଭୋଟ ମାଧ୍ୟମରେ ଦେଇଛନ୍ତି ।
 
ବିଭିନ୍ନ ଉଦ୍ଦେଶ୍ୟମୂଳକ ବିରୋଧାଭାସ, ପ୍ରାୟୋଜିତ ଅଭିଯୋଗ ଏବଂ ଜନତାଙ୍କ ସ୍ୱରକୁ ଚାପି ଦେବାର ଉଦ୍ୟମ ଭିତରେ ନୂଆପଡାବାସୀଙ୍କ ସାହସ, ସହଯୋଗ ଓ ସର୍ବୋପରୀ ଆର୍ଶୀବାଦ ଆମକୁ ଅଭିଭୁତ କରିଛି । ଆମ ଦଳ କେବଳ ରାଜନୈତିକ ଉଦ୍ଦେଶ୍ୟ ସାଧନର ମୁଖଶାଳା ନୁହେଁ, ବରଂ ସେବା ଓ ସମର୍ପଣର ସବୁଦିନିଆ ବସାଘର, ଏ କଥା ଆମେ ନୁହେଁ ଆମ ଭୋଟରମାନେ ପ୍ରମାଣିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।
 
ନୂଆପଡା ଉପନିର୍ବାଚନ ଫଳାଫଳକୁ ନେଇ ମୋର କିମ୍ବା ଆମ ଦଳର କୈାଣସି ସନ୍ଦେହ ନଥିଲା । ବାସ୍ତବରେ ଏହି ନିର୍ବାଚନ ଦ୍ୱିତୀୟ ସ୍ଥାନ ହାସଲ ପାଇଁ ଲଢେଇ ଥିଲା । ଆଜିର ଏହି ଐତିହାସିକ ବିଜୟ ପାଇଁ ଆମ ଦଳର ଯଶସ୍ୱୀ ରାଜ୍ୟ ସଭାପତି ମନମୋହନ ସାମଲ ଓ ତାଙ୍କର ପୁରା ଟିମ ଏବଂ ସମସ୍ତ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ମାଝୀ ଶ୍ରେୟ ଦେବା ସହିତ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି ।
People’s trust, development are the hallmarks of progress: CM Mohan Majhi
 
ନୂଆପଡାର ବିକାଶ ଦାୟୀତ୍ୱ ମୋର ବୋଲି ମୁଁ ପୂର୍ବରୁ କହି ସାରିଛି । ଯାହା ଘୋଷଣା ହୋଇଛି, ସେ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବି । ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ଆଶା କରୁଛି ସେ ନୂଆପଡାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।
 
ସେହିପରି ମୁଁ ଆଜି ବିହାରର ଐତିହାସିକ ବିଜୟ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ତଥା ସାରା ବିଶ୍ୱର ବିକାଶ ପୁରୁଷ ଶ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, ବିହାର ନିର୍ବାଚନ ଦାୟୀତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିହାରରେ ପୁନର୍ବାର ନିର୍ବାଚିତ ହୋଇଥିବା ଏନଡିଏ ସରକାରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।
 
ଏହି ବିଜୟ ଉତ୍ସବରେ ଯୋଗ ଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଅତୀତରେ କୈାଣସି ଦଳ ନୂଆପଡାରେ ଏଭଳି ଐତିହାସିକ ବିଜୟ ଲାଭ କରିନଥିଲା । ଗତ ସରକାରମାନଙ୍କ ଅମଲରେ ନୂଆପଡା ସର୍ବଦା ଅବହେଳା ହୋଇ ଆସିଥିଲ । ଗତ ୨୦୨୪ ସାଧାରଣ ନିର୍ବାଚନରେ ଆମେ ତିନି ନମ୍ବର ସ୍ଥାନରେ ଥିଲୁ ସତ, କିନ୍ତୁ ସରକାରକୁ ଆସିବା ପରେ ଅବହେଳା କରିନଥିଲୁ । ନୂଆପଡା ସମେତ ଓଡିଶାବାସୀ ଅନେକ ସରକାର ଦେଖିଛନ୍ତି, କିନ୍ତୁ ଆମ ସରକାରର ମାତ୍ର ୧୬ ମାସର ଶାସନ ଭିତରେ ଆମେ ଲୋକପ୍ରିୟତା ସାଉଁଟୁଛୁ । ବିଜେପି ସରକାରର କାର୍ଯ୍ୟକଳାପରେ ଆସ୍ଥା ପ୍ରକଟ କରି ନୂଆପଡାବାସୀ ଏହି ଉପନିର୍ବାଚନରେ ଆମ ସହିତ ଖୁଂଟ ଭଳି ଛିଡା ହୋଇ ରହିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ମୋହନ ମାଝୀ ସରକାରକୁ ବିଶ୍ୱାସ କଲେ । ବିକାଶର ସ୍ୱପ୍ନ ଦେଖି ଯୋଜନା ପ୍ରସ୍ତୁତ କରିଲୁ ଏବଂ ତାକୁ ସଫଳ କ୍ରିୟାନ୍ୱୟନ କରିଲୁ । ଜିରୋ ରୁ ହିରୋ ହୋଇଛି ଆମ ସରକାର । ସେଥି ପାଇଁ ନୂଆପଡାବାସିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ବୋଲି ରାଜ୍ୟ ସଭାପତି ସାମଲ କହିଛନ୍ତି । ବିହାର ନିର୍ବାଚନରେ ବିଜେପିର ଅଦ୍ଭୁତପୂର୍ବ ସଫଳତା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ନେତୃବୃନ୍ଦଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
 
ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇବା ସହିତ ପରସ୍ପର ମିଠା ଖାଇଥିଲେ । ଆଜିର ଏହି ବିଜୟ କାର୍ଯ୍ୟକର୍ତାଙ୍କ ମନରେ ଅନେକ ଖୁସି ଓ ଆନନ୍ଦ ଆଣିଦେଇଥିଲା ।

By Nirvay

Leave a Reply

Your email address will not be published. Required fields are marked *