pm-modi-thanks-voters-for-ndas-bihar-win
ବିହାରରେ ବିଜେପିର ବିପୁଳ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ବିଜୟକୁ ବିକାଶ ଏବଂ ସୁଶାସନର ବିଜୟ ବୋଲି କହିଛନ୍ତି । ଅକ୍ଲାନ୍ତ ପରିଶ୍ରମ ପାଇଁ ପ୍ରତ୍ୟେକ ଏନଡିଏ କର୍ମକର୍ତ୍ତାଙ୍କୁ ଜଣାଇବା ସହିତ ସେ ବିହାରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିହାର ଲୋକେ ବିକଶିତ ବିହାର ପାଇଁ ମତଦାନ କରିଛନ୍ତି, ବିହାରର ଲୋକମାନେ ଏକ ସମୃଦ୍ଧ ବିହାର ପାଇଁ ଭୋଟ ଦେଇଛନ୍ତି । ବିହାରରେ ଆଉ ଜଙ୍ଗଲରାଜ ଫେରିବନି ବୋଲି ମୋଦି କହିଛନ୍ତି ।
 
ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ସେ ପୁଣି କହିଛନ୍ତି ଯେ, ଏହା ସାମାଜିକ ନ୍ୟାୟ ଏବଂ ଜନ କଲ୍ୟାଣ ଭାବନାର ବିଜୟ । ଏହି ବିପୁଳ ଜନାଦେଶ ଲୋକଙ୍କ ସେବା କରିବାକୁ ଏବଂ ବିହାର ପାଇଁ ନୂତନ ସଂକଳ୍ପ ସହିତ କାମ କରିବାକୁ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
 
ବିହାରରେ ପ୍ରତ୍ୟେକ ଧର୍ମ ଏବଂ ଜାତିର ଯୁବକମାନେ ସାମିଲ ଅଛନ୍ତି । ସେମାନଙ୍କର ଇଚ୍ଛା, ଆକାଂକ୍ଷା ଏବଂ ସ୍ୱପ୍ନ ଜଙ୍ଗଲ ରାଜର ପୁରୁଣା ଏବଂ ସାମ୍ପ୍ରଦାୟିକ ଫର୍ମୁଲାକୁ ଭାଙ୍ଗି ଦେଇଛି । ମୁଁ ଆଜି ବିଶେଷ ଭାବରେ ବିହାରର ଯୁବକମାନଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମୋଦି କହିଛନ୍ତି ।
 
ମୋଦି ପୁଣି କହିଛନ୍ତି ଯେ, କଂଗ୍ରେସ ଉପରୁ ଲୋକଙ୍କ ଆସ୍ଥା ହ୍ରାସ ପାଉଛି । ଅନେକ ରାଜ୍ୟରେ ଦୀର୍ଘ ବର୍ଷ ଧରି କଂଗ୍ରେସ ଆଉ କ୍ଷମତାକୁ ଫେରିନି । ଗତ ୩ ଲୋକସଭା ନିର୍ବାଚନରେ କଂଗ୍ରେସ ୩ ଅଙ୍କ ବି ଛୁଇଁପାରିନି । ଏବେ କଂଗ୍ରେସର ରାଜନୀତିର ଆଧାର ନକରାତ୍ମକ ପଲିଟିକ୍ସ । ଭାରତୀୟ ନିର୍ବାଚନ ଆୟୋଗକୁ ଗାଳି, ବିଭିନ୍ନ ସଂସ୍ଥାକୁ ଆକ୍ରମଣ ଏବଂ ଭୋଟ୍ ଚୋରି ଅଭିଯୋଗ କଂଗ୍ରେସର କାମ ପାଲଟିଛି ।

By Nirvay

Leave a Reply

Your email address will not be published. Required fields are marked *