ଭିଜିଲାନ୍ସ ଜାଲରେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓ । ୨୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କଠାରୁ ନେଉଥିଲେ ଲାଞ୍ଚ । ସରକାରୀ କ୍ୱାର୍ଟର୍ସରେ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ କିରାଣି । ସୂଚନା ଯୋଗ୍ୟ: କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଜଣେ ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କ ଠାରୁ ପେନସନ୍ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ କଥାବାର୍ତ୍ତା ଅନୁଯାୟୀ ଭେଙ୍କଟ ଗିରି ରାଓ ନଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଧିକାରୀଙ୍କୁ ଦେଖି ଝରକା ବାହାରକୁ ଟଙ୍କା ଫିଙ୍ଗିଦେଇଥିଲେ ଭେଙ୍କଟ ଗିରି ରାଓ । ବର୍ତ୍ତମାନ ଏହି ସଂକ୍ରାନ୍ତ ନେଇ ଆହୁରି ଛାନଭିନ ଆରମ୍ଭ କରିଛି । ଭିଜିଲାନ୍ସ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅଧୀନରେ କୋରାପୁଟ ପିଏସ୍ କେସ୍ ନମ୍ବର ୩୪ ତାରିଖ ନଭେମ୍ବର ୧୨ ରେ ପଞ୍ଜୀକୃତ କରିଥିଲା। ତଦନ୍ତକାରୀମାନେ ନିଶ୍ଚିତ କରିଛନ୍ତି ଯେ ରାଓଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଅନୁପାତିକ ସମ୍ପତ୍ତି ଯାଞ୍ଚ କରିବା ପାଇଁ ସନ୍ଧାନ ଚାଲିଛି। Post navigation Cuttack BaliJatra Accident: କଟକ ବାଲିଯାତ୍ରାରେ ଦୋଳି ଅଚଳ; ୫୦ ଫୁଟ୍ ଉପରେ ଫସିଲେ ଲୋକ ନୂଆପଡା ଉପ ନିର୍ବାଚନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି