ଐତିହାସିକ କଟକ ବାଲିଯାତ୍ରାରେ ବୁଧବାର ରାତିରେ ଅଘଟଣ ଘଟିଛି । ଦୋଳି ମଜା ଉଠାଉଥିବା ବେଳେ ଦୋଳି ହୋଇଗଲା ଅଚଳ । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୋଳି ଉପରକୁ ଉଠିଥିବା ବେଳେ ଦୋଳି ବନ୍ଦ ହୋଇ ଯାଇଥିଲା । ଯାହାଫଳରେ ୫୦ ଫୁଟ୍ ଉପରେ ଫସିରହିଯାଇଥିଲେ ୮ ଲୋକ । ଏହାପରେ ଲୋକଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଫସିଥିବା ଲୋକଙ୍କୁ ସ୍କାଏ ଲିଫଟର ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ତଳକୁ ଅଣାଯାଇଥିଲା । ଏହା ଦେଖି ଅଘଟଣ ଦେଖିଥିବା ଲୋକଙ୍କ ମନରେ ଛନକା ପଶି ଯାଇଛି । ସୂଚନା ପାଇବା ପରେ ତେବେ ତୁରନ୍ତ ଦୋଳିର କର୍ମଚାରୀ , ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । କିଭଳି ଭାବେ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ପ୍ରୟାସ ଆରମ୍ଭ ହୋଇଥିଲା । କୌଣସି ବିଳମ୍ବ ନକରି, ସେମାନେ ପର୍ଯ୍ୟାପ୍ତ ଟାୱାର ଲାଇଟ୍ ସ୍ଥାପନ କରିଥିଲେ ଏବଂ ଅଭିନବ ବିଡାନାସୀ (CDA) ଅଗ୍ନିଶମ ଷ୍ଟେସନରୁ ଏକ ହାଇଡ୍ରୋଲିକ୍ ପ୍ଲାଟଫର୍ମ ନିୟୋଜିତ କରାଯାଇଥିଲା। ଅପରେସନଟି ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା, କାରଣ ଆମକୁ ଆମର ହାଇଡ୍ରୋଲିକ୍ ପ୍ଲାଟଫର୍ମ କେଜ୍ ଏବଂ ଜୋୟାରାଇଡ୍ କେଜ୍ ଉଭୟର ଓଜନ ପରିଚାଳନା କରିବାକୁ ପଡିଥିଲା। ଅସୁବିଧା ସତ୍ତ୍ୱେ, ସମସ୍ତ ପୀଡିତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ସୂଚନା ଯୋଗ୍ୟ; ବୁଧବାର ବାଲିଯାତ୍ରାର ଅଷ୍ଟମ ଦିନରେ ଘଟିଛି ଅଘଟଣ । ନଦୀ କୂଳରେ ଲାଗିଥିବା ହାମର ଦୋଳି ଚାଲିଥିବା ବେଳେ ହଠାତ ଦୋଳିଟି ବନ୍ଦ ହୋଇ ଯାଇଥିଲା । ଯାହା ଫଳରେ ମଝି ଆକାଶରେ ଫସି ରହିଥିଲେ ଦୋଳିରେ ବସିଥିବା ଲୋକେ। ବୈଷୟିକ ତ୍ରୁଟି ପାଇଁ ଅଘଟଣ ଘଟିଥିବା କୁହାଯାଉଛି । ତେବେ ସୁରକ୍ଷିତ ଉଦ୍ଧାର ପାଇଁ ନାକେଦମ୍ ହୋଇଥିଲା ପୋଲିସ । ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହେଲେ ଫସିଥିବା ଲୋକେ । Post navigation SI Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା: ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ Vigilance Raid: ଭିଜିଲାନ୍ସ ଜାଲରେ RWSS କିରାଣି ଟି. ଭେଙ୍କଟ ଗିରିରାଓ