ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁଟାନରୁ ଫେରି ସିଧା ହସ୍ପିଟାଲ୍‌ ଯାଇ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ପୀଡ଼ିତଙ୍କ ସହିତ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବିସ୍ଫୋରଣରୁ ଆହତ ଲୋକଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ୍ ମିଡ଼ିଆରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି LNJP ହସ୍ପିଟାଲ ପରିଦର୍ଶନ କରି ଦିଲ୍ଲୀ ବିସ୍ଫୋରଣରେ ଆହତମାନଙ୍କୁ ଭେଟିଛି। ସେମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଏହି ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ ନ୍ୟାୟ ଦିଆଯିବ!”

ସୂଚନା ଯୋଗ୍ୟ; ଗତକାଲି ପ୍ରଧାନମନ୍ତ୍ରୀ ଦିନିକିଆ ଭୁଟାନ ଗସ୍ତରେ ଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମ ସମ୍ବୋଧିତ କରିବା ଅବସରରେ ଚେତାବନୀ ଦେଇଥିଲେ । ସେ କହିଥିଲେ ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଛି । ପରିବାରର ଦୁଃଖକୁ ବୁଝୁଛି । ଆଜି ସାରା ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି । ତଦନ୍ତକାରୀ ସଂସ୍ଥା ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ । ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ା ଯିବ ନାହିଁ ବୋଲି କଡ଼ା ଶବ୍ଦରେ ଷଡ଼ଯନ୍ତ୍ରକାରୀଙ୍କୁ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣା ପରଠାରୁ ସେ ତଦନ୍ତ ଉପରେ କଡ଼ା ନଜର ରଖିଛନ୍ତି। “ଗତକାଲି ରାତି ସାରା ମୁଁ ଏହି ଘଟଣାର ତଦନ୍ତ କରୁଥିବା ସମସ୍ତ ଏଜେନ୍ସିଙ୍କ ସହ ଯୋଗାଯୋଗରେ ଥିଲି। ଆମର ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ। ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଛଡ଼ାଯିବ ନାହିଁ। ଦାୟୀ ସମସ୍ତଙ୍କୁ ନ୍ୟାୟ ଦିଆଯିବ

Leave a Reply

Your email address will not be published. Required fields are marked *