ନୂଆପଡାରେ ସାରିଛି ଗଣତନ୍ତ୍ରର ମହାପର୍ବ । ଅତ୍ୟଧିକ ଉତ୍ସାହର ସହିତ ଭୋଟ ଦେଇଛନ୍ତି ଭୋଟର । ନୂଆପଡା ଜିଲ୍ଲା ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ସେଇମଧ୍ୟରୁ ଗାତିବେଡା – ୨ ବୁଥ ନମ୍ୱର୍ ୩୨୮ ରେ ମୋଟ ଭୋଟ ସଂଖ୍ୟା ୫୭୦ ରୁ ୪୨୧ ଜଣ ମତଦାନ କରିଛନ୍ତି । ଗାତିବେଡା – ୨ ବୁଥ ନମ୍ୱର୍ ୩୨୮ ରେ ଜିଲ୍ଲାର ସର୍ବାଧିକ ମତଦାନ ବୁଥ ଭାବରେ ୯୨.୬୩% ପ୍ରତିଶତ ମତଦାନ ହୋଇଅଛି । ସୁନାବେଡ଼ାର ୩୨୪ ନମ୍ବର ବୁଥ ରେ ମୋଟ ଭୋଟ ସଂଖ୍ୟା ୮୮୭ ଥିବାବେଳେ ୭୫୧ ମତଦାନ ଦେଇଥିବା ବେଳେ ଭୋଟ ୮୪.୬୭% ହୋଇଅଛି । ସୁନାବେଡ଼ା ବୁଥ ନମ୍ୱର୍ ୩୨୫ ରେ ଭୋଟ ସଂଖ୍ୟା ୫୫୭ ରହିଥିବା ବେଳେ ୪୬୦ ଭୋଟ ଦେଇ ୮୨.୪୯% ପ୍ରତିଶତ ହୋଇଅଛି । ଖଡାଙ୍ଗ ଦାଥୁନାମରେ ୧୦୦ ଭୋଟର ୧୨/ ୧୩ କିଲୋମିଟର ଦୂରତା ଅତିକ୍ରମ କରି ଭୋଟ ଦେଇଛନ୍ତି । ଗାତିବେଡା – ୧ ବୁଥ ନମ୍ୱର୍ ୩୨୭ ରେ ମୋଟ ଭୋଟ ସଂଖ୍ୟା ୬୨୪ ଥିବାବେଳେ ୫୫୯ ଜଣ ମତଦାନ କରି ୯୦.୨୨% ପ୍ରତିଶତ ହୋଇଅଛି । ଜାମଗାଁ ବୁଥ ନମ୍ୱର୍ ୩୨୬ ରେ ୪୫୮ ଭୋଟର ଥିବା ବେଳେ ୩୯୭ ଭୋଟ ଦେଇ ୮୬.୬୮% ପ୍ରତିଶତ ମତଦାନ ହୋଇଅଛି । ଶୋଷେଙ୍ଗ ୩୨୦ ବୁଥ ରେ ୫୩୭ ଭୋଟର ଥିବା ବେଳେ ୪୦୧ ଭୋଟ ଦେଇ ୭୪.୬୭% ପ୍ରତିଶତ ମତଦାନ ହୋଇଛି । ଶୋଷେଙ୍ଗ – ୨ ରେ ବୁଥ ନମ୍ୱର୍ ୩୨୧ ରେ ୬୯୦ ଭୋଟର ମଧ୍ୟରୁ ୪୫୪ ଭୋଟ ଦେଇ ୬୫.୮୦% ପ୍ରତିଶତ ମତଦାନ ହୋଇଛି । ସେହିପରି ୩୨୨ ନମ୍ୱର୍ ବୁଥ ଦେଓଷୀଲ ରେ ୫୫୩ ଭୋଟର ଥିବା ବେଳେ ୪୬୦ ଜଣ ଭୋଟ ଦେଇ ୮୩.୧୮% ମତଦାନ ହୋଇଅଛି । ଆଠ ଗୋଟି ବୁଥ ରେ ସମୁଦାୟ ୪୮୭୬ ଭୋଟର ମଧ୍ୟ ରୁ ୪୦୧୪ ଜଣ ଭୋଟ ଦେଇ ୮୩.୩୨% ପ୍ରତିଶତ ମତଦାନ ହୋଇଅଛି । Post navigation Nuapada Bypoll: ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ମତଦାନ Nuapada Bye-Election: ନୂଆପଡ଼ାରେ ରେକର୍ଡ ଭୋଟିଂ;୮୧% ରୁ ଅଧିକ ମତଦାନ