ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ସାରିଛି ମତଦାନ। ଏଥିସହ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ସରିଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଇଭିଏମରେ ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସୁରୁଖୁରୁରେ ମତଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସକାଳୁ ସକାଳୁ ବୁଥ୍ ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଆଜି ଭୋଟିଂ ସରିବା ବେଳେ ୭୭.୯୦% ଭୋଟିଂ ହୋଇଛି।

ନୂଆପଡ଼ା ଉପନିର୍ବାଚନରେ ଶୃଙ୍ଖଳିତ ଭୋଟିଂ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଜି ୩୫୮ ବୁଥରେ ଭୋଟ ଦେଇଛନ୍ତି ନୂଆପଡ଼ାବାସୀ। ନୂଆପଡ଼ା ଏନଏସିରେ ୧୭ଟି, ଖରିଆର ରୋଡ଼ ଏନଏସିରେ ୧୯ଟି, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକରେ ୧୬୫ଟି ବୁଥ୍ କରାଯାଇଛି। ୬ଟି ପିଙ୍କ ବୁଥ୍ କରାଯାଇଛି। ମୋଟ ବୁଥ ମଧ୍ୟରୁ ୪୭ ଟି ଅତି ସମ୍ବେଦନଶୀଳ, ୧୦୧ଟି ସମ୍ବେଦନଶୀଳ ଓ ୮ଟି ମାଓ ଅଧ୍ୟୁଷିତ ବୁଥ ରହିଥିଲା।

Leave a Reply

Your email address will not be published. Required fields are marked *