pitabash-panda-murder-case-24-hour-security-provided-to-pitabashs-family
ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ବ୍ରହ୍ମପୁର ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯାଇଛି । ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ ହୋଇଛନ୍ତି । ପୀତବାସଙ୍କ ପତ୍ନୀଙ୍କ ପ୍ରେସମିଟ୍‌ ପରେ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଇଛି ।
 
ପୀତବାସ ପଣ୍ଡାଙ୍କ ପତ୍ନୀ ସୁସ୍ମିତା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାମଲା ପ୍ରତ୍ୟାହାର ପାଇଁ ତାଙ୍କ ପୁଅ ସୌରଭଙ୍କ ପାଖକୁ ଅଜଣା ନମ୍ବରରୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଛି । ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି । ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି ।
 
ଏହାପରେ ପୀତବାସଙ୍କ ଭାଇ ପୂର୍ଣ୍ଣ ପଣ୍ଡା ବୈଦନାଥପୁର ଥାନାରେ ଏତଲା ଦେଇଥିଲେ । ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ମାଗିଥିଲା ପୀତବାସଙ୍କ ପରିବାର । ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବାବେଳେ ଉକ୍ତ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ନ କରିବାକୁ ପୀତବାସ ପଣ୍ଡାଙ୍କ ପତ୍ନୀ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *