ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । କାଲିଠୁ ଆସନ୍ତା ୨୨ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା ପରୀକ୍ଷାର୍ଥୀମାନଙ୍କର ଅନ୍ଲାଇନ୍ରେ ଫର୍ମ ପୂରଣ ହେବ । ଅନଲାଇନରେ ବୋର୍ଡ ୱେବସାଇଟ୍ (www.bseodisha.ac.in) ରେ ଛାତ୍ରଛାତ୍ରୀମାନେ ଅନଲାଇନ ଫର୍ମପୂରଣ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । Post navigation Puri Srimandir: ଶ୍ରୀମନ୍ଦିରର ୩ ସେବାୟତ ନିଲମ୍ବିତ