odisha-cm-to-hold-roadshow-in-nuapada-tomorrow
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତାକାଲି ଖରିଆର ରୋଡ୍ ଏବଂ ନୂଆପଡା ଏନଏସିରେ ରୋଡଶୋ କରିବେ । ପୁଣି ଥରେ ନୂଆପଡା ଉପନିର୍ବାଚନ ପାଇଁ ମୋହନ ମାଝୀ ନୂଆପଡା ଗସ୍ତ କରି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିବେ ।
 
ଗତକାଲି, ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଖରିଆର ରୋଡ୍‌କୁ ପୌର ପରିଷଦ ଏବଂ କୋମନା ଓ ସିନାପାଲିକୁ ବିଜ୍ଞପିତ ପରିଷଦର ମାନ୍ୟତା ଦିଆଯିବା ନେଇ ଘୋଷଣା କରିଛନ୍ତି ।
 
କହିରଖୁଛୁ ଯେ, ନୂଆପଡାରେ ପ୍ରଚାର ଜୋର ଧରିଥିବାବେଳେ ଆଜି ନବୀନ ପଟ୍ଟନାୟକ ଖରିଆର ରୋଡ୍‌ ଥାନା ନିକଟସ୍ଥ ପଡ଼ିଆରେ ପହଞ୍ଚି ସେଠାରୁ ଏକ ରୋଡ୍‌ ସୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଏକ ସଭାରେ ସେ ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *