ନୂଆପଡ଼ା ଉପନିର୍ବାଚନ ଲାଗି ନବୀନଙ୍କ ରୋଡ ଶୋ’ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖରିଆର ରୋଡରେ ବିରାଟ ରୋଡ ସୋରେ ସାମିଲ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ। ନବୀନଙ୍କ ଏହି ରୋଡ ଶୋ’ରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ନବୀନଙ୍କ ରୋଡ ସୋରେ ସାମିଲ ହୋଇଛନ୍ତି ଶହ ଶହ କର୍ମୀ ଓ ନେତା। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିବା ସହ କର୍ମୀଙ୍କ ନିକଟରେ ଉତ୍ସାହ ଭରିଥିଲେ ବିଜେଡି ସୁପ୍ରିମୋ। ଆଜି ନବୀନଙ୍କୁ ଦେଖିବାକୁ ନୂଆପଡ଼ା ରାସ୍ତା ଜନସମୁଦ୍ର ପାଲଟିଥିଲା । ନବୀନଙ୍କ ରୋଡ୍ ଶୋ’ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଅନ୍ୟ ବରିଷ୍ଠ ନେତା ମାନେ ସାମିଲ ଅଛନ୍ତି । ସ୍ବତନ୍ତ୍ର ବସ୍ରେ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ଖରିଆ ରୋଡ୍ ଏବଂ ନୂଆପଡ଼ା ବ୍ଲକ୍ରେ ନବୀନ ରୋଡ୍ ଶୋ’ କରିଛନ୍ତି । ସୂଚନା ଯୋଗ୍ୟ; ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି Post navigation Pitabas Panda murder case: ପୀତବାସ ହତ୍ୟା ମାମଲା: ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ Nuapada Bypoll: ବିଜେପି ସରକାରରେ କେବଳ ମିଳିଛି ପ୍ରତାରଣା ଓ ମିଛ ପ୍ରତିଶ୍ରୁତି: ନବୀନ ପଟ୍ଟନାୟକ