ବହୁ ଚର୍ଚ୍ଚିତ ପୀତବାସ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲଙ୍କ ପିଟିସନ ଦାଖଲ ।ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିରୋଧରେ ୨୦୯ ଜଣ ଓକିଲ ଏକ ପିଟିସନ୍ ଦାଖଲ କରିଛନ୍ତି । ପୂର୍ବରୁ ୪୦ରୁ ଊର୍ଦ୍ଧ୍ବ ଓକିଲ ବିକ୍ରମଙ୍କ ସପକ୍ଷରେ ୱକାଲତନାମା ଦାଖଲ କରିଥିଲେ । ଗତକାଲି ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା । ପୀତବାସଙ୍କ ହତ୍ୟାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । ଏହାକୁ ବିରୋଧ କରି ୨୦୯ ଆଇନଜୀବୀଙ୍କ ପିଟିସ ଦାଖଲ କରିଛନ୍ତି । ଅନ୍ୟପକ୍ଷରେ, ବ୍ରହ୍ମପୁର ପୋଲିସ ଅଧିକ୍ଷକ (ଏସପି) ସରଭାନା ବିବେକ ଏମ ହତ୍ୟା ମାମଲା ସମ୍ପର୍କରେ ଓଡ଼ିଶା ହାଇକୋର୍ଟରେ ଏକ ଲିଖିତ ଉତ୍ତର ଦାଖଲ କରିଛନ୍ତି। ପୂର୍ବରୁ, ନିର୍ବାଚନ ସମ୍ବନ୍ଧୀୟ ଏକ ମାମଲାରେ ଏସପିଙ୍କ ମନ୍ତବ୍ୟ ଉପରେ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ମନ୍ତବ୍ୟକୁ କାହିଁକି କୋର୍ଟ ଅବମାନନା ଭାବରେ ବିବେଚନା କରାଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ। Post navigation Nuapada Bye Election: ନୂଆପଡ଼ାରେ ପହଞ୍ଚିଲା ପରେ ଯାଞ୍ଚ ହେଲା ନବୀନଙ୍କ ହେଲିକପ୍ଟର Nuapada Bye Election: ନୂଆପଡ଼ାରେ ନବୀନଙ୍କ ରୋଡ ଶୋ’