ନୂଆପଡ଼ା ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ପହଞ୍ଚିଛନ୍ତି । ନୂଆପଡ଼ାରେ ପହଞ୍ଚିଲା ପରେ ଯାଞ୍ଚ ହେଲା ନବୀନଙ୍କ ହେଲିକପ୍ଟର । ନିର୍ବାଚନ କମିଶନରଙ୍କ ଟିମ୍ ପକ୍ଷରୁ ନବୀନଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି । ହେଲିକପ୍ଟର ଯାଞ୍ଚ ସହ ଫଟୋଗ୍ରାଫି କଲା ଟିମ୍ । ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ସ୍ନେହାଙ୍ଗିନୀଙ୍କ ପାଇଁ ନବୀନ ପଟ୍ଟନାୟକ ସାଧାରଣ ଜନତାଙ୍କୁ ଭୋଟ୍ ମାଗିବେ । ଖରିଆର ରୋଡ୍ ରୁ ନୂଆପଡ଼ା ଏନଏସି ପର୍ଯ୍ୟନ୍ତ ରୋଡ୍ ସୋ କରିବେ । ବାଟରେ ୬ଟି ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଖରିଆର ରୋଡ ପୋଲିସ ଥାନା ନିକଟ ପଡିଆରେ ପହଞ୍ଚିବେ ନବୀନ । ସେଠାରୁ ଏକ ରୋଡ଼ ଶୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଆସିବେ । ଖରିଆର ରୋଡ଼ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମାନିଆ ଛକରେ ଉପସ୍ଥିତ ଜନତାଙ୍କୁ ନବୀନ ସମ୍ୱୋଧନ କରିବେ। ଅନ୍ୟପଟେ ନୂଆପଡା ଯିବା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ନବୀନଙ୍କ ହେଲିକପ୍ଟରକୁ କ୍ଲିୟରାନ୍ସ ଦେବାରେ ବିଳମ୍ବ ହୋଇଥିଲା । ସକାଳ ୯ଟା ୩୦ରେ ନବୀନଙ୍କ ହେଲିକପ୍ଟର ଯିବାକୁ ଥିବା ବେଳେ ଏହାକୁ ଦିନ ୧୧ଟା ୩୦ରେ ଅନୁମତି ଦିଆଯାଇଥିଲା । ତେବେ ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବମିଟ୍ କରିନଥିଲେ । ତେଣୁ ଏୟାର ଡିଫେନ୍ସ କ୍ଲିଅରାନ୍ସ ନମ୍ବର ମିଳିନଥିଲା । କୋଅର୍ଡିନେଟ୍ କରି କୋଲକତାରୁ ନମ୍ବର ନେଲୁ । ଏଥିପାଇଁ ପ୍ରାୟ ୨୫ମିନିଟ୍ ବିଳମ୍ବ ହେଲା Post navigation Vande Mataram: ଲୋକ ସେବା ଭବନରେ ‘ବନ୍ଦେ ମାତରମ’କୁ ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Pitabas Panda murder case: ପୀତବାସ ହତ୍ୟା ମାମଲା: ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ