ଭିଜିଲାନ୍ସ ଜାଲରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO)ବିପ୍ଳବ କେଶରୀ ସାମନ୍ତରାୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କର ୩ଟି ଠିକଣାରେ ଏକା କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ଗୋଟିଏ NGO ନିକଟରୁ ଫୋନ୍ ପେ ଜରିଆରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ତାଙ୍କର ଭୁବନେଶ୍ଵରରେ ୧୦ଟି ଫ୍ଲଟ୍, ଭୁବନେଶ୍ଵର ରେ ୩ହଜାର ବର୍ଗଫୁଟର ଏକ ୩ମହଲା ଘର, ଭୁବନେଶ୍ୱର ମଦନପୁର ଠାରେ ଅନ୍ୟ ଏକ ଘର, ଭୁବନେଶ୍ୱର ମଦନପୁର ଠାରେ ୩ ଏକର ପରିମିତ ଏକ ଫାର୍ମ ହାଉସ୍ ଠାବ ହୋଇଛି ।

Leave a Reply

Your email address will not be published. Required fields are marked *