ଆସନ୍ତାକାଲି ନୂଆପଡ଼ାରେ ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆସନ୍ତାକାଲି ପ୍ରଚାର କରିବେ । ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା କୋମନାରେ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେବେ । ସେହିଭଳି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପଞ୍ଚମପୁର ସହିତ ଛତିଶଗଡ଼କୁ ଲାଗିଥିବା ନୂଆପଡ଼ାର କିଛି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ । ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି । ଉପ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନୂଆପଡ଼ା ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ନସରିବା ଯାଏଁ ନେତାଙ୍କୁ ନୂଆପଡ଼ା ନ ଛାଡିବାକୁ ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ରହିଛି । Post navigation Debi Prasad Ratha Dies: ଆରପାରିରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା-ନିର୍ଦ୍ଦେଶକ ଦେବୀ ପ୍ରସାଦ ରଥ Nuapada Campaign: ଆସନ୍ତା ୭ ତାରିଖରେ ପୁଣି ନୂଆପଡା ଯିବେ ନବୀନ ପଟ୍ଟନାୟକ