ପଦ୍ମ ଧରି ପାରନ୍ତି ବିଜେଡିର ବଡ଼ ନେତା । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବିଜୁ ଜନତା ଦଳ ଛାଡ଼ି ସେ ବିଜେପିରେ ସାମିଲ ହୋଇପାରନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରି ପାରନ୍ତି ବୋଲି ଜଣାପଡିଛି । ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଓ ପ୍ରଭାରୀଙ୍କ ଉପସ୍ଥିତିରେ ହୋଇପାରନ୍ତି ସାମିଲ୍ ବୋଲି ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ସହ ନୂଆପଡ଼ାର କିଛି ବିଜେଡ଼ି ନେତା ବିଜେପିରେ ସାମିଲ୍ ହେବା ନେଇ ମଧ୍ୟ ଚର୍ଚ୍ଚା । ୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ IA & AS ଅମର ପଟ୍ଟନାୟକ। ଏହାପରେ ବିଜେଡି ତାଙ୍କୁ ଆଇଟି ସେଲ୍ର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲା । ଏହାପରେ ଅମର ଲଗାତର ଭାବେ କାମ କରିଚାଲିଥିଲେ । ଯାହାର ଫଳସୂରୁପ ତାଙ୍କୁ ୨୦୧୯ ମସିହାରେ ଦଳ ରାଜ୍ୟସଭା ସାଂସଦ ଚୟନ କରିଥିଲା । ଆଉ ୨୦୧୯ରୁ ପାଞ୍ଚ ବର୍ଷ ଯାଏଁ ସେ ରାଜ୍ୟସଭାରେ ସଦସ୍ୟ ଭାବେ କାମ କରିଥିଲେ । ଏହାସହିତ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟସଭାର ବିଭିନ୍ନ କମିଟିର ମଧ୍ୟ ସଦସ୍ୟ ହୋଇଥିଲେ । Post navigation Women’s World Cup: ମହିଳା ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ Nuapada Bypoll: ନୂଆପଡା କୋମନାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ