ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ଅନିୟମିତତା ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି । ପ୍ରାୟ ୧ ମାସ ପରେ ଶେଷରେ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିକୁ ଶନିବାର ଦିନ କ୍ରାଇମବ୍ରାଞ୍ଚ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି । ଘଟଣା ପରଠାରୁ ନେପାଳ ବର୍ଡରରେ ଆତ୍ମଗୋପନ କରିଥିଲା ଶଙ୍କର । ପୂର୍ବରୁ ଏହି ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଜାଲିଆତିର ମାଷ୍ଟରମାଇଣ୍ଡ୍ ହିଞ୍ଜିଳି ବ୍ରାହ୍ମଣଛାଇ ଅଞ୍ଚଳର ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ବୋଲି କ୍ରାଇମ୍ବ୍ରାଞ୍ଚ କହିଥିଲା । ପ୍ରତି ପରୀକ୍ଷାର୍ଥୀ ପିଛା ଏମାନେ ୨୫ ଲକ୍ଷ ଟଙ୍କା ଡିଲ୍ କରିଥିଲା । ୫ ରୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟି ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିବାବେଳେ ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଟ୍ରେନିଂ ଦିଆଯାଇଥାନ୍ତା । Post navigation Nuapada Bye-Election: ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କଲେ ସାଂସଦ ବୈଜୟନ୍ତ ପଣ୍ଡା SI Exam Scam: ଏସଆଇ ପରୀକ୍ଷା ବାତିଲ୍ କରିବାକୁ ହୋଇଥିଲା ହଜାରେ କୋଟିର ଡିଲ୍: ଶଙ୍କର ପୃଷ୍ଟି