Odisha’s Preetismita Bhoi Wins Gold and Sets World Record
ଓଡିଶାର ଯୁବ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ନୂତନ ଏସିଆନ ଓ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବାହାରିନରେ ଚାଲିଥିବା ତୃତୀୟ ଯୁବ ଏସୀୟ କ୍ରୀଡ଼ା (ୟୁଥ୍‌ ଏସିଆନ୍‌ ଗେମ୍‌ସ) ରେ ଢେଙ୍କାନାଳ ଜିଲ୍ଲାର ପ୍ରତିଭାଶାଳୀ ଝିଅ ପ୍ରିତିସ୍ମିତା ୪୪ କିଲୋଗ୍ରାମ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି ।
 
ସ୍ନାଚ୍ ବର୍ଗରେ ୬୬ କିଲୋଗ୍ରାମ୍, କ୍ଲିନ ଆଣ୍ଡ ଜର୍କ ବର୍ଗରେ ୯୨ କିଲୋଗ୍ରାମ ଓଜନର ଭାରୋତ୍ତୋଳନ କରି ସେ ଓଭରାଲ ୧୫୮ କେଜିର ଭାର ଉଠାଇଥିଲେ । କ୍ଲିନ ଆଣ୍ଡ ଜର୍କରେ ୧୭ ବର୍ଷୀୟା ପ୍ରିତିସ୍ମିତା ୯୨ କିଗ୍ରା ଉଠାଇ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଥିବା ଭୁବନେଶ୍ୱର ହାଇ ପର୍ଫମାନ୍ସ ସେଂଟରରେ ସେ ପ୍ରଶିକ୍ଷଣ ନେଉଛନ୍ତି ।
 
କହିରଖୁଛୁ ଯେ, ମେ ୨୦୨୪ ରେ, ଭୋଇ ୪୦ କେଜି ଇଭେଣ୍ଟରେ ୨୦୨୪ ୟୁଥ୍ ୱାର୍ଲ୍ଡ ଭାରୋତ୍ତୋଳନ ଚାମ୍ପିଅନସିପରେ କ୍ଲିନ ଆଣ୍ଡ ଜର୍କ ବର୍ଗରେ ୭୬ କିଲୋଗ୍ରାମର ଯୁବ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ।
 
ତାଙ୍କ ବୟସ ମାତ୍ର ୧୭ ହୋଇଥିବାରୁ ସେ ଆଗାମୀ ଦିନରେ ଓଡିଶା ତଥା ଭାରତର ନାମ କମାଇବେ ବୋଲି ଆଶା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *