ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଭୁବନେଶ୍ୱର ଭଳି କଟକରେ ଲାଗିଲା ଦୀପାବଳୀରେ ବାଣ ଫୁଟାଇବାକୁ ନେଇ କଟକଣା । କଟକରେ ବାଣଫୁଟା ପାଇଁ ୨ ଘଣ୍ଟା ମିଳିଲା ଅନୁମତି । ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟା ଅନୁମତି ମିଳିଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରି । ସେ କହିଛନ୍ତି ବାଣ ଫୁଟାଇବାକୁ ନେଇ ପୋଲିସର ନଜର ରହିବ । ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତାଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଗଲିକନ୍ଦିରେ ପୋଲିସ ପାଟ୍ରୋଲିଂ ଚାଲିବ । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନରେଟ୍ ପୋଲିସ । ସେ ଆଉ ମଧ୍ୟ କହିଛନ୍ତି ବାଣ ଫୁଟାଇବା ସମୟରେ ଛୋଟ ପିଲାମାନଙ୍କ ପାଖରେ ଅଭିଭାବକ ଉପସ୍ଥିତ ରହିବା ଉଚିତ । ସବୁଜ ବାଣ ବ୍ୟବହାର କରି ଦୀପାବଳୀ ପାଳନ କରନ୍ତୁ କାଳୀପୂଜା ଥିବାରୁ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ରହିବେ ପୋଲିସ । କଡ଼ା ନଜର ରଖିବ ପୋଲିସ, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡା ନିର୍ଦ୍ଦେଶ ଦେଇଥିଲେ । ଏହାସହ ସେ କହିଥିଲେ ଯେ ଉଚ୍ଚ ଶବ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ସବୁଜ ବାଣ ଫୁଟାଇବା ପାଇଁ ପୋଲିସ ଅନୁରୋଧ କରିଛି । ମଦ ପିଇ ଗାଡି ଚଳାଇଲେ ଅଟକ ରହିବେ ଚାଳକ । Post navigation Subhadra Yojana: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା New Panchayat Offices: ରାଜ୍ୟବ୍ୟାପୀ ୪୭୧ଟି ନୂଆ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ