ଏସ୍ଆଇ ପରୀକ୍ଷା ଘୋଟାଲାରେ ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟ ପୋଲିସ ବାବୁଙ୍କ ପିଲା । ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ ପୂର୍ବତନ ଡିଆଜିଙ୍କ ପୁଅ ଗରିଫ। ଅବସର ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରା ଗିରଫ ହୋଇଛି। କୁଳମଣି ବେହେରାଙ୍କ ପରି ବହୁ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଏହି ପୋଲିସ ଏସ୍ଆଇ ଚାକିରି ବିକ୍ରିରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରାଯାଉ। ଏହାସହ ଏହି ଚାକିରି କିଣାବିକା ମାମଲାରେ କେତେଜଣ ସରକାରୀ ଚାକିରିଆ ଓ ସେମାନଙ୍କ ପୁଅଝିଅ ବା ସମ୍ପର୍କୀୟ ଅଛନ୍ତି, ତାହାର ତଦନ୍ତ କରାଯାଉ।

୧୯୯୩ରେ ଆସିଷ୍ଟାଣ୍ଟ ଜେଲର ଭାବେ ସେ ନିଯୁକ୍ତି ପାଇଥିଲେ। ୨୦୨୧ ରେ ଡିଆଜି ଭାବେ ପଦୋନ୍ନତି ପାଇଥିଲେ। ୨୦୨୫ ମାର୍ଚ୍ଚରେ ସେ ଅବସର ନେଇଛନ୍ତି। ୩୧ ବର୍ଷର ଚାକିରି କାର୍ଯ୍ୟକାଳ ମଧ୍ୟରେ କେତେ ଟଙ୍କା କଳାଧନ ଆୟ କରିଛନ୍ତି ଯେ, ନିଜ ପୁଅ ଓ ପାଇଁ ସେ ୨୫ ରୁ ୩୦ ଲକ୍ଷ ଦେଇଛନ୍ତି। ଜେଲ ବିଭାଗରେ ଚାକିରି କରିଥିବାରୁ ତାଙ୍କର ଅମାପ କଳାଧନ ରହିଛି। ତାଙ୍କର ସମ୍ପତ୍ତି ଯାଞ୍ଚ ହେବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *