ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସିଲେକ୍ଟ କମିଟି ଅଧ୍ୟକ୍ଷ ଦାୟିତ୍ୱ ।ଇନସଲଭେନସୀ ଓ ବ୍ୟାଙ୍କରପ୍ସି କୋଡ୍ (ସଂଶୋଧନ) ବିଲ୍ ସିଲେକ୍ଟ କମିଟି ଅଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ଡା। ଏହା ସହ ପୁନର୍ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ସ୍ଥାନ ପାଇଲେ ବୈଜୟନ୍ତ । ଏହି କମିଟିକୁ ଇନସଲଭେନ୍ସି ଏବଂ ଦେବାଳିଆ ସଂକେତ (ସଂଶୋଧନ) ବିଲ୍, ୨୦୨୫ ର ବ୍ୟବସ୍ଥାଗୁଡ଼ିକୁ ଯାଞ୍ଚ କରିବା ଏବଂ ଏହାର ଫଳାଫଳ ଏବଂ ସୁପାରିଶକୁ ସଂସଦରେ ଉପସ୍ଥାପନ କରିବା ଦାୟିତ୍ଵ ଦିଆଯାଇଛି। ସେହିପରି ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା କମିଟିରେ ସମ୍ୱିତ ପାତ୍ର । ସାର ଓ ରସାୟନ କମିଟିରେ ମଧ୍ୟ ସ୍ଥାନ ପାଇଲେ ସମ୍ୱିତ । Post navigation କାର ଦୁର୍ଘଟଣାରେ ଆରଆଇ ମୃତ, ୬ ଜଣ ଗୁରୁତର ଆହତ ପବିତ୍ର ମହାନବମୀ ଅବସରରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ