ନୂଆପଡ଼ା ଉପ ନିର୍ବାଚନ ପାଇଁ ପଦଯାତ୍ରା ସମୟ ବଦଳାଈଛି କଂଗ୍ରେସ । ଗାନ୍ଧି ଜୟନ୍ତୀରୁ ଅକ୍ଟୋବର ୨ ଓ ୩ ତାରିଖ ମାତ୍ର ଦୁଇଦିନ ହେବ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା । ମାଲକାନଗିରି ମୋଟୁ ଅଞ୍ଚଳରୁ ପଦଯାତ୍ରା ଆରମ୍ଭ ହେବ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହେବ । ଦୁଇଦିନ ଧରି ପଦଯାତ୍ରା ଚାଲିବ । ଏହାପରେ ନୂଆପଡ଼ା ନିର୍ବାଚନ ପରେ ପୁଣି ଥରେ ପଦଯାତ୍ରା ଆରମ୍ଭ କରାଯାଇ ବର୍ଷେ ବ୍ୟାପୀ ଚାଲିବ । ଓଡିଶାର ସୀମାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମୋଟୁ ଅଞ୍ଚଳରୁ ପଦଯାତ୍ରାରେ ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ସଚେତନ କରାଯିବ । ପ୍ରତ୍ୟେକ ଦିନ ୧୫ ରୁ ୨୦ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟର ସମସ୍ତ ୩୧୪ ବ୍ଲକ ରେ ଏହି ପଦଯାତ୍ରା ହେବ। ଯେହେତୁ ବିହାର ନିର୍ବାଚନ ସହ ନୂଆପଡା ଉପ ନିର୍ବାଚନ କରାଯିବ ତେଣୁ କଂଗ୍ରେସ ପଦଯାତ୍ରା କାର୍ଯ୍ୟକ୍ରମର ପରିବର୍ତ୍ତନ ହୋଇଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । Post navigation ପୁଲିସ ଏସ୍ଆଇ ପରୀକ୍ଷା ବାତିଲ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ