କେନ୍ଦୁଝର ଗସ୍ତରେ ଯାଇ ମାଆ ଦୁର୍ଗାଙ୍କ ପୂଜାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପବିତ୍ର ମହାଅଷ୍ଟମୀ ଅବସରରେ କେନ୍ଦୁଝରସ୍ଥିତ ଝୁମ୍ପୁରା ପୂଜା ମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କରିବା ସହ ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ମା’ଙ୍କ ପୂଜାରେ ସାମିଲ ହେବା ଏକ ଦିବ୍ୟ ଅନୁଭବ । ସମସ୍ତଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ରହିଥାଉ।

ସୂଚନା ଯୋଗ୍ୟ; ଦିନିକିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହାଅଷ୍ଟମୀ ମାଆ ଦୁର୍ଗାଙ୍କ ପୂଜା ନିମନ୍ତେ ଝୁମ୍ପୁରା ସ୍ଥିତ ପୂଜା ମଣ୍ଡପରେ ଯୋଗ ଦେଇଥିଲେ । ଏହାପରେ ସନ୍ଧ୍ୟାରେ କେନ୍ଦୁଝର ସ‌ହରର ବିଭିନ୍ନ ଦୁର୍ଗାମଣ୍ଡପରେ ପୂଜାରେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *