ଶୀର୍ଷ ସ୍ତରକୁ ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦର ଜଳସ୍ତର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଛୁଇଁଲା । ୧ଲକ୍ଷ ୨ହଜାର ୨୨୬ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ସମାନ ପରିମାଣରେ ଜଳ ଡ୍ୟାମକୁ ପ୍ରବେଶ କରୁଛି । ବର୍ତ୍ତମାନ ୯ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ତେବେ ଏବେ ପର୍ଯ୍ୟନ୍ତ କୌଣସି ଚିନ୍ତାଜନକ ସ୍ଥିତି ନ ଥିବା ବେଳେ ବର୍ଷା ବଢ଼ିଲେ ଅଧିକ ଗେଟ୍ ଖୋଲିପାରେ ବୋଲି ଡ୍ୟାମର ମୁଖ୍ୟ ଯନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆଗାମୀ କିଛି ଘଣ୍ଟାରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଆସନ୍ତାକାଲି ଏହା ଲଘୁଚାପରେ ପରିଣତ ହୋଇ ୨ ତାରିଖରେ ଅବପାତ ସମ୍ଭାବନା ରହିଛି। ୩ ତାରିଖରେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । Post navigation ଲଘୁଚାପ ବର୍ଷାରେ ଭିଜିବ ପାର୍ବଣ ଦୁବାଇରୁ ଅସୁସ୍ଥ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସହାୟତା