ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ସ୍କୁଲର ପୃଷ୍ଠପୋଷକ ସ୍ବର୍ଗତ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି। ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସନ୍ଦେହ ପ୍ରକାଶ କରି ଏହାର ପୁନଃ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛନ୍ତି ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ‘ମମିତା ମେହେରଙ୍କୁ ଯିଏ ମାରିଛି ସେ ହିଁ ମୋ ବାପାଙ୍କୁ ମାରିଛି । ଘଟଣାରେ ମୋ ବାପାଙ୍କୁ ମୋହରା ବନା ଯାଇଥିଲା ଏବଂ ସେ ଆତ୍ମହତ୍ୟା କରିନାହାଁନ୍ତି । ସୂଚନା ଯୋଗ୍ୟ; ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁ ଜଣେ ଅଭିଯୁକ୍ତ ଥିଲେ। ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି ସବ୍-ଜେଲ୍ରେ ଥିବା ସମୟରେ ଗୋବିନ୍ଦ ଜେଲ୍ ରେ ଥିବା ଅବସ୍ଥାରେ ଆତ୍ମହତ୍ୟା କରିଥିଲେ। Post navigation କଟକ ଦୁର୍ଗା ପୂଜାରେ ଜଗିବେ ୧୨୨ ପ୍ଲାଟୁନ୍ ଫୋର୍ସ ତ୍ବରାନ୍ବିତ ହେବ ‘ଭୋଟ୍ ଚୋର, ଗାଦି ଛାଡ’ ଦସ୍ତଖତ ଅଭିଯାନ: ଅରବିନ୍ଦ ଦାସ