ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର ୧୨୬ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଆଜି ଲତା ମଙ୍ଗେସକରଙ୍କ ଜନ୍ମବାର୍ଷିକୀ। ସବୁ ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ଲତା ଦିଦି ରାକ୍ଷୀ ପଠାଉଥିଲେ । ସବୁ କ୍ଷେତ୍ରରେ ନାରୀଶକ୍ତି ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତରେ ଆଗ୍ରହୀ ଯେକୌଣସି ବ୍ୟକ୍ତି ତାଙ୍କ ଗୀତ ଦ୍ୱାରା ପ୍ରଭାବିତ ନ ହୋଇ ରହିପାରିବେ ନାହିଁ। ତାଙ୍କ ଗୀତରେ ମାନବ ଭାବନାକୁ ଆକର୍ଷିତ କରୁଥିବା ସବୁକିଛି ରହିଛି। ଲତା ଦିଦିଙ୍କୁ ପ୍ରେରଣା ଦେଇଥିବା ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବୀର ସାଭରକର ଥିଲେ ଏହା ସହ ନ୍ୟାଭିର ୨ ମହିଳା କମାଣ୍ଡରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଝଡ଼ ତୋଫାନ ଭିତରେ କିପରି କାର୍ଯ୍ୟ ହୁଏ ପଚାରି ବୁଝିଲେ। ଧୈର୍ଯ୍ୟର ସହ କାମ କଲେ ମହିଳାଙ୍କ ପାଇଁ କିଛି ଅସାଧ୍ୟ ନୁହେଁ କହିବା ସହ ଦୀଲ୍ନା ଓ ରୁପାଙ୍କୁ ସାହସିକତା ପାଇଁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆଉ ମଧ୍ୟ କହିଛନ୍ତି କୋଲକାତାର ଦୁର୍ଗା ପୂଜା ୟୁନ୍ସ୍କୋର ତାଲିକାରେ ସାମିଲ ହୋଇଛି । ଛାଟ୍ ମହାପର୍ବକୁ ୟୁନ୍ସ୍କୋ ତାଲିକାରେ ସାମିଲ ପାଇଁ ଉଦ୍ୟମ ଚାଲିଛି । ପାଖେଇ ଆସୁଛି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ସମସ୍ତେ ସ୍ବଦେଶୀ ଆପଣାନ୍ତୁ ।ଅତିକମ୍ରେ ଖଣ୍ଡେ ଖଦି ସାମଗ୍ରୀ କିଣି ସ୍ବଦେଶୀ ଯାତ୍ରାରେ ସାମିଲ ହୁଅନ୍ତୁ । ଏଥି ସହିତ ବିଜୟା ଦଶମୀର ଗୁରୁତ୍ବ ନେଇ ମଧ୍ୟ ବାର୍ତ୍ତା ଓ ପ୍ରେରଣା ଦେଲେ। Post navigation ରାଜନେତା ବିଜୟଙ୍କ ରାଲିରେ ଦଳାଚକଟା; ୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ