ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍‌’ ନିଶାନା । ପୁଣି ସୋସିଆଲ ମିଡ଼ିଆରେ ନିଶାନା କଲେ ଶ୍ରୀମୟୀ ମିଶ୍ର ।ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ । ଏହା ରାଜନୀତି, ଶିକ୍ଷା, ଚାକିରିରେ ପ୍ରକୃତ ହକ୍‌ଦାରଙ୍କୁ ବଞ୍ଚିତ କରିଛି । ଯେଉଁମାନେ ଆଗକୁ ଯିବାକୁ ହକ୍‌ଦାର ନେପୋଟିଜମ ପାଇଁ ପଛରେ । କିନ୍ତୁ କାହାଦ୍ବାରା କିଏ ‘ନେପୋଟିଜମ୍‌’ର ଶିକାର ତାହା ସ୍ପଷ୍ଟ କରି ନାହାନ୍ତି ଶ୍ରୀମୟୀ  ।

ଶ୍ରୀମୟୀ ମିଶ୍ର ଲେଖିଛନ୍ତି ନେପୋଟିଜମ୍, ଅର୍ଥାତ୍ ସ୍ୱଜନପୋଷଣ, ଏକ ଏଭଳି ସାମାଜିକ ଓ ରାଜନୈତିକ ଅଭ୍ୟାସ ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ଆତ୍ମୀୟତା, ବନ୍ଧୁତ୍ୱ ବା ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ। ଏହା ସମାଜରେ ଅନେକ କ୍ଷେତ୍ରରେ, ଯଥା ରାଜନୀତି, ଶିକ୍ଷା, ଚାକିରି ଓ କଳା ଜଗତରେ, ପ୍ରକୃତ ହକଦାରଙ୍କୁ ସୁଯୋଗରୁ ବଞ୍ଚିତ କରିଛି। ଯେଉଁମାନେ ନିଜର କଠିନ ପରିଶ୍ରମ, ଦକ୍ଷତା ଓ ଯୋଗ୍ୟତା ବଳରେ ଆଗକୁ ବଢ଼ିବାର ଅଧିକାରୀ, ସେମାନେ ନେପୋଟିଜମ୍‌ର କବଳରେ ପଡ଼ି ପଛରେ ରହିଯାଆନ୍ତି। ଏହା ସମାଜରେ ଅସନ୍ତୋଷ, ଅନୈତିକତା ଓ ଅସମାନତାକୁ ମଧ୍ୟ ବୃଦ୍ଧି କରେ।

Leave a Reply

Your email address will not be published. Required fields are marked *