ମହାନଦୀ ଦେଇ ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ । ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଛି । ଆଜି ମୁଣ୍ଡଳି ଦେଇ ପ୍ରବାହିତ ହେବ ୬.୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ । ଅନ୍ୟପଟେ ମହାନଦୀର ଶାଖା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ତେଣୁ ତଳିଆ ଅଂଚଳର ଲୋକେ ସତର୍କ ରହିବାକୁ ନିର୍ଦ୍ଦେଶ । ସୂଚନା ଯୋଗ୍ୟ; ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଆଜି ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ତେଣୁ ଉପର ମୁଣ୍ତରେ ପାଣି ବଢିଯିବାରୁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଯାଇଛି, ଫଳରେ ମୁଣ୍ଡଳି ପହଞ୍ଚିଛି ହୀରାକୁଦ ପାଣି । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସେ କହିଛନ୍ତି ଜଳସ୍ତର ଅଧିକା ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ କାଠଯୋଡି, କୁଆଖାଇ, ଦୟା ଆଦି ଅନେକ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ। Post navigation ଓଡ଼ିଶାରେ ୭୫ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ନିଷ୍ପତ୍ତି ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ