କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ରଦ୍ଦ କରାଯାଇନାହିଁ । ଆଜି ଏ ନେଇ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ ।ମେଟ୍ରୋ ରେଳ ପ୍ରକଳ୍ପ ବର୍ତ୍ତମାନ ରାଜ୍ୟ ସରକାର ପରୀକ୍ଷାଧୀନ ରଖିଛନ୍ତି । ଏଥିପାଇଁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପରିସ୍‌ ପ୍ରାପ୍ତ ପରେ ଅନ୍ତିମ ସିଦ୍ଧାନ୍ତ ନେବେ ସରକାର ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏପର୍ଯ୍ୟନ୍ତ ମୋଟ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।  ସେହି ଖର୍ଚ୍ଚରୁ ୨୦୨୪ ଜୁନ୍‌ ୧୨ ପରେ ୨୫୨.୦୫ କୋଟି ପ୍ରଦାନ କରାଯାଇଛି ।

ସୂଚନା ଯୋଗ୍ୟ; ପୁର୍ବ ସରକାର ଥିବା ବେଳେ ମେଟ୍ରୋ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । କିନ୍ତୁ ସଂସଦରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ କହିଥିଲେ ଯେ ଓଡ଼ିଶାରୁ କୌଣସି ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇନଥିଲା ।

Leave a Reply

Your email address will not be published. Required fields are marked *