ପୁରୀ ବଳଙ୍ଗା ପୀଡ଼ିତା ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ । ଏହି ଭଳି ଚାଞ୍ଚଲ୍ୟକର ତଥ୍ୟ ଆଜି ବିଧାନସଭା ଗୃହରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଗୃହରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନ ବଳଙ୍ଗା ପୀଡିତାଙ୍କ ଘଟଣାରେ ୩ଜଣ ଦୁର୍ବୃତ୍ତ ସମ୍ପୃକ୍ତି ଥିବା ପୀଡିତା ବୟାନ ଦେଇଥିଲେ କି, ନା ଅନ୍ୟ କେହି ସାକ୍ଷୀ ନଥିବା ଜାଣୀ ପୁଲିସ ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା?

ଏହାର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନିଜ ଦେହରେ ନିଜେ ନିଆଁ ଲଗାଇଥିଲେ ବଳଙ୍ଗା ପୀଡିତା। ଫଳରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିଲା। ପୀଡିତା କହିଥିଲେ ଯେ ସେ ନିଜେ ନିଜ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ।

ଜୁଲାଇ ୧୯ ତାରିଖରେ ବଳଙ୍ଗା ଥାନାରେ ପୀଡିତାଙ୍କ ମାଆ ଅଭିଯୋଗ କରିଥିଲେ ଯେ କିଛି ଅଜଣା ଲୋକ ତାଙ୍କ ଝିଅକୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ ଏବଂ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ପରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା। ଏମ୍ସରେ ୧୪ଦିନ ଚିକିତ୍ସିତ ହେବା ପରେ ପୀଡିତା ଆଖି ବୁଜିଥିଲେ। ତେବେ ଆଖି ବୁଜିବା ପୂର୍ବରୁ ଜମାନବନ୍ଦୀ ଲିପିବଦ୍ଧ କରାଯାଇଥିଲା। ଯେଉଁଥିରେ ସେ ନିଜେ କିରୋସିନ ଢାଳି ନିଆଁ ଲଗାଇଥିବା କହିଥିଲେ। ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଶେଷ କରି, ଚୂଡ଼ାନ୍ତ ରିପୋର୍ଟକୁ ମିଷ୍ଟେକ ଅଫ ଫ୍ୟାକ୍ଟ ଭାବେ ବଳଙ୍ଗା ଥାନା ତରଫରୁ ସେପ୍ଟେମ୍ବର ୧୭ ତାରିଖରେ କୋର୍ଟରେ ଦାଖଲ କରାଯାଇଛି।

Leave a Reply

Your email address will not be published. Required fields are marked *