ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ନକ୍ସଲ ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁର ମୃତ ହୋଇଛି । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି । ସହଦେବ ସୋରେନଙ୍କ ପାଇଁ ୧ କୋଟି ଟଙ୍କା ପୁରସ୍କାର ଥିବା ବେଳେ ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା ଓ ବୀରସେନ ଗଞ୍ଜୁଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର । CRPF ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନ୍ ବେଳେ ମୃତ ହୋଇଛି । ସୂଚନା ଯୋଗ୍ୟ; ଝାଡ଼ଖଣ୍ଡର ହଜାରିବାଗର ଗିର୍ହୋର ଥାନା ଅଞ୍ଚଳର ପାନାତିତ୍ରୀ ଜଙ୍ଗଲରେ ସୋମବାର ସକାଳେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରର ହୋଇଥିଲା । ଦଳ ପାଖରେ ସୂଚନା ଥିଲା ଯେ ସହଦେବ ସୋରେନ ଏକ ବଡ଼ ମାଓ ଘଟଣା ଘଟାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସୂଚନା ପାଇ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ଦଳ ସହ ମାଓବାଦୀଙ୍କ ସହିତ ଏନକାଉଣ୍ଟର କରିଥିଲା। ଏନକାଉଣ୍ଟର ପରେ ତିନୋଟି ମୃତଦେହ ଉଦ୍ଧାର କରାଯାଇଥିଲା।୧ କୋଟି ଟଙ୍କା ପୁରସ୍କାର ରାଶି ଥିବା ମାଓବାଦୀ ସହଦେବ ସୋରେନ ଏବଂ ଅନ୍ୟ ଦୁଇ ମାଓବାଦୀ ନିହତ ହୋଇଥିଲେ। Post navigation ନୂଆପଡ଼ା ଉପନିର୍ବାଚନ; ଆଜି ପ୍ରକାଶିତ ହେବ ଭୋଟର ଚିଠା ତାଲିକା ଓ୍ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି; କିଛି ଧାରା ଉପରେ ଲାଗିଲା ରୋକ୍