ଆଜି ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ତାଙ୍କର ଓକିଲ ସମନ କୁମାର ରାଉତରାୟ ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଦେଇଥିବା ଅଭଦ୍ର, ଅସଭ୍ୟ, କୁସ୍ଚିତ, ଅଶ୍ଳୀଳ ଓ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ଦଳ କିମ୍ବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏକ ଗୁରୁତର ବିଷୟ ବୋଲି ଅବଗତ କରାଇ ଥିଲେ ଏବଂ ମାନହାନି ମକଦମା ବିଷୟରେ ସୂଚନା ଦେଇଥିଲେ ।

ବିଜେଡିର ବରିଷ୍ଠ ସଧାରଣ ସମ୍ପାଦକ ଓ ମୁଖପାତ୍ର ଡ଼ ଲେଖାଶ୍ରୀ କହିଛନ୍ତି ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ ମୋ ବିଷୟରେ ଦେଇଥିବା ନିତ୍ୟାନ୍ତ ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଏହି ବିଷୟରେ ପୁରା ବିଜେପି ଦଳ ଓ ସରକାର ମୂକ ବଧିର ସାଜି ବସି ରହିବା ଓଡ଼ିଶାର ମହିଳା ମାନଙ୍କ ପ୍ରତି ତାଙ୍କର ମନୋଭାବକୁ ଦର୍ଶାଉଛି । ଭାରତୀୟ ଜନତା ପାର୍ଟି ମହିଳାଙ୍କ ଚରିତ୍ର ସଂହାରକୁ ସ୍ୱାଭାବିକ କରେଇଛି । ସନ୍ତୋଷ ଖଟୁଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଭାରତୀୟ ଜନତା ପାର୍ଟି ତାଙ୍କୁ ପୋଷ୍ଟର ବୟ କରି ବୁଲାଉଛି ।

ଆମ ଦଳ ଏଇ ବିଷୟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଥାନାରେ ଏତଲା ଦେବା ତଥା DGP, ଓଡିଶା ମହିଳା କମିସନ୍, ଜାତୀୟ ମହିଳା କମିଶନଙ୍କ ଆଗରେ ଅଭିଯୋଗ କରି ମଧ୍ୟ କିଛି ଫଳ ନମିଳି ନାହିଁ । ତେଣୁ ଆଜି ବାଧ୍ୟ ହୋଇ ମୁଁ ନ୍ୟାୟିକ ବ୍ୟବସ୍ଥାର ଆଶ୍ରୟ ନେଉଛି । ମୋ ପ୍ରତି ହୋଇଥିବା ଅଶାଳୀନ ମନ୍ତବ୍ୟ ସମଗ୍ର ଓଡ଼ିଶାର ମା ଭଉଣୀଙ୍କ ପାଇଁ ଏକ ଚେତାବନୀ । ବିଜେପି ଭଳି ମହିଳାଙ୍କୁ ବ୍ୟବହାର କରି ଫିଙ୍ଗି ଦେଉଥିବା ଦଳ ପ୍ରତି ସବୁ ମହିଳା ସଜାଗ ରହିବା ଜରୁରୀ । ସନ୍ତୋଷ ଖଟୁଆ ଯଦି ସର୍ବସାଧାରଣରେ ନିସର୍ତ୍ତମୂଳକ କ୍ଷମା ନମାଗନ୍ତି ତାଙ୍କ ବିରୁଦ୍ଧରେ ମୁଁ ୫୦ କୋଟିର ମାନହାନି ମକଦ୍ଦମା କରିବି । ଏଇଟା ମୋର ବ୍ୟକ୍ତିଗତ ଲଢେଇ ସହିତ ଓଡିଶାର ଦୁଇ କୋଟିରୁ ଉର୍ଦ୍ଧ ମା ଭଉଣୀ ମାନଙ୍କର ସମ୍ମାନ ଓ ସ୍ୱାଭିମାନର ଲଢେଇ । କ୍ଷମତା ଆଢୁଆଳରେ ସନ୍ତୋଷ ଖଟୁଆ ଯେତେ ଲୁଚି ରହିଲେ ବି ଓଡ଼ିଶାର ମା ଭଉଣୀ ମାନେ ତାଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଏଇ ମାମଲାରେ ତାଙ୍କର ଓକିଲ ବରିଷ୍ଠ ଆଇନଜୀବି ସୁମନ କୁମାର ରାଉତରାୟ କହିଛନ୍ତି ଯେ ଖଟୁଆଙ୍କ ମନ୍ତବ୍ୟ ଆଇନ୍ ଅନୁସାରେ ଏକ ଅପରାଧ ଓ ଏଇ ମନ୍ତବ୍ୟ ଡ଼ ଲେଖାଶ୍ରୀଙ୍କର ସମାଜରେ ପ୍ରତିଷ୍ଠା ଓ ସମ୍ମାନକୁ କ୍ଷୁର୍ଣ୍ଣ କରିଛି । ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏପରି ବ୍ୟବହାର ସମାଜ ତଥା ବିଧି ବ୍ୟବସ୍ଥାରେ ଗ୍ରହଣୀୟ ନୂହେଁ । ଆମେ ତାଙ୍କୁ ଲିଗାଲ ନୋଟିସ ପଠେଇଛୁ ଓ ସେ ତୁରନ୍ତ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନକଲେ ଆମେ ତାଙ୍କ ନାଁ ରେ ୫୦ କୋଟିର ମାନହାନି ମୋକଦ୍ଦମା କରିବୁ । ଏଇ ଲଢେଇକୁ ଆମେ ଶେଷ ପର୍ଯ୍ୟନ୍ତ ଜାରି ରଖିବୁ ।

Leave a Reply

Your email address will not be published. Required fields are marked *