ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର । ୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ଡିପିଆର ପ୍ରସ୍ତୁତ ହେବ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ସିଙ୍ଗାପୁର ସରକାର ଉକ୍ତ ଟାଉନସିପର ଡ୍ରଇଂ ଡିଜାଇନ୍ ଏବଂ ଲେଆଉଟ୍ ପ୍ରସ୍ତୁତ କରୁଛନ୍ତି । ନୂଆ ସହର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ ହେବ। ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଲୋକଙ୍କ ପାଇଁ ବାସଗୃହ, ଶିଳ୍ପ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି; ଚିହ୍ନଟ ହୋଇଥିବା ଜାଗାରେ କିଛି ଜଙ୍ଗଲ ଜମି ଓ ପ୍ରାଇଭେଟ୍ ଜମି ରହିଛି । ଜଙ୍ଗଲ ଜମିରେ ଆବଶ୍ୟକ ହେଲେ ପାର୍କ କିମ୍ବା ସେଭଳି ଜିନିଷ କରାଯିବ । ମେଟ୍ରୋ ମଧ୍ୟ ନୂଆ ସହରକୁ ଛୁଇଁବାକୁ ଯୋଜନା କରାଯାଉଛି । ଏହା ସହ ପୁରୁଣା ଭୁବନେଶ୍ବର ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ଆଉଟର ରିଙ୍ଗ ରୋଡ ଏବଂ ସେଣ୍ଟ୍ରାଲ ରିଙ୍ଗ ରୋଡ ପରେ ସହର ଭିଡ଼ କମିବ । ସହରକୁ ସଜାଡିବାକୁ ସରକାର ପ୍ରସ୍ତୁତ ଅଛନ୍ତି । Post navigation ୧୬ରେ ବସିବ ସର୍ବଦଳୀୟ ବୈଠକ ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଅପମାନିତ ଓ ନିର୍ଯ୍ୟାତିତ କରିଛି: ଲେଖାଶ୍ରୀ ସାମନ୍ତସିଂହାର