ରାଜ୍ୟକୁ ଆସିବ ୬୦୦ ଇ-ବସ୍ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଗଡ଼ିବ ବିଦ୍ୟୁତ ଚାଳିତ ବସ୍ ବା ଇ-ବସ୍ । ଏ ଆଜି ଦେଇଛନ୍ତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ପରିବେଶ ସୁରକ୍ଷା ପାଇଁ ରାଜ୍ୟରେ ଇ-ବସ୍ ଅଧିକ ପ୍ରଚଳନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୧ ହଜାର ଇ-ବସ୍ର ଆବଶ୍ୟକତା ରହିଛି ତେଣୁ ଆଗକୁ ରାଜ୍ୟ ସରକାର ୨୦୦ଟି ଇ-ବସ୍ ଆଣିବେ । ଏହା ସହ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି ଇ-ବସ୍ ପ୍ରଦାନ କରିବେ । ମୋଟ ୬୦୦ଟି ଇ-ବସ୍ ଜନସାଧାରଣଙ୍କ ସେବାରେ ଲାଗିବ । ଏବେ ୨୫ଟି ଇ-ବସ୍ ଓଡ଼ିଶା ଅଣାଯାଉଛି । ଯାହା ସମ୍ବଲପୁର ଜିଲ୍ଲାକୁ ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାମାନଙ୍କୁ ଇ-ବସ୍ ପ୍ରଦାନ କରାଯିବ । Post navigation ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; GST ସଂସ୍କାର ନେଇ କଲେ ପ୍ରଶଂସା ୩ ବର୍ଷରେ ରାଜ୍ୟରେ ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ: ମୁଖ୍ୟମନ୍ତ୍ରୀ