ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବରଙ୍କ ସାନଭାଇ । ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ନିକଟ ପଲାସପଲ୍ଲୀରୁ ମୃତଦେହ ଉଦ୍ଧାର କରାଯାଇଛି। ବ୍ରିଜ୍ ଉପରେ ରହିଛି ଗାଡି। ଫୋନ୍‌ରେ କାହା ସହ ଯୁକ୍ତିତର୍କ ପରେ ଟ୍ରେନ୍ ଆଗକୁ ଡେଇଁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଭୁବନେଶ୍ବର ଜିଆରପି ।

ବାଇକରେ ଷ୍ଟଣ୍ଟ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ ସନ୍ଦୀପ । ତାଙ୍କ ସାନ ଭାଇ ସନ୍ଦେଶ ଜୀବନ ହରିଛନ୍ତି । ସେ ଡେ଼ଲିଭରି ବୟ ହିସାବରେ କାମ କରୁଥିଲେ ।

ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଟ୍ରେନ୍ ଆଗକୁ ଡେଇଁ ଯୁବକ ଜୀବନ ହାରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସେ କହିଛନ୍ତି ଫୋନ୍‌ରେ କାହା ସହ ଯୁକ୍ତିତର୍କ ପରେ ଟ୍ରେନ୍ ଆଗକୁ ଡେଇଁଥିଲେ । ଏହା ପରେ ତାଙ୍କ ମୋବାଇଲ ଫୋନର ଶେଷ କଲ୍‌କୁ ନେଇ ପୋଲିସ ଖୋଳତାଡ଼ କରୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *