ଉମରକୋଟ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର । ନବରଙ୍ଗପୁର ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ହେଉଛି ଉମରକୋଟ ସହର । କିନ୍ତୁ ୫ ବର୍ଷ ଭିତରେ ବଦଳିଲେଣି ୧୧ ଜଣ ଉମରକୋଟ ପୌର ପରିଷଦ ନିର୍ବାହୀ ଅଧିକାରୀ । ଏବେ ପୁଣି ଉମରକୋଟ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ବିଜେଡି ଟିକେଟ୍ରେ ନିର୍ବାଚିତ ହୋଇଥିଲେ ଅଧ୍ୟକ୍ଷା ରାଧା ଭତ୍ରା । ଉନ୍ନୟନମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗରେ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ୧୪ କାଉନସିଲର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । Post navigation ନୂଆଖାଇ ପରଦିନ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି