Strict action against person who made statement of Balanga victim viral
ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଳଙ୍ଗା ପୀଡ଼ିତାଙ୍କ ବୟାନ । ତେବେ ଯିଏ ବଳଙ୍ଗା ପୀଡ଼ିତାଙ୍କ ବୟାନ ସମୟ ଭିଡିଓ ଭାଇରାଲ୍‌ କରିଛନ୍ତି ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଵ ବୋଲି ପୁରୀ ଏସ୍‌ପି ପିନାକ ମିଶ୍ର ଚେତାବନୀ ଦେଇଛନ୍ତି
 
ଫେସ୍‌ବୁକ୍‌ ଓ ଗୁଗଲ୍‌କୁ ଏନେଇ ଚିଠି ଲେଖାଯାଇଛି, ସୋସିଆଲ୍‌ ମିଡିଆ ସୋର୍ସ ଆସିବା ପରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେଵ ବୋଲି ପିନାକ ମିଶ୍ର କହିଛନ୍ତି ।
 
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ନାବାଳିକାର ଫଟୋ ଭାଇରାଲ୍‌ ହୋଇପାରିବନି ତେଣୁ ତଦନ୍ତ ପାଇଁ ସାଇବର କ୍ରାଇମ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।
 
କାଲି ସୋସିଆଲ ମିଡିଆରେ ପୀଡ଼ିତାଙ୍କ ବୟାନ ରେକର୍ଡ ଭାଇରାଲ୍‌ ହୋଇଥିଲା ।ଭିଡିଓଟି ତଦନ୍ତ ସମୟର ବୋଲି ଜଣାପଡୁଛି ।
 

By Nirvay

Leave a Reply

Your email address will not be published. Required fields are marked *