naveen discharged from hospital

ଅସୁସ୍ଥ ହେଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଅପରାହ୍ନ ୫ଟା ୧୫ରେ ତାଙ୍କୁ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡିଛି । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସମ୍‌ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ସେ ଭଲ ଭାବେ ସୁସ୍ଥ ହେଉଛନ୍ତି ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ନବୀନ ପଟ୍ଟନାୟକ ଜୁନ୍ ମାସ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ଅସ୍ତ୍ରୋପଚାର ପାଇଁ। ମୁମ୍ବାଇ ସ୍ଥିତ କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ନବୀନଙ୍କର ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ଅସ୍ତ୍ରୋପଚାର ସରିବା ପରେ ସେ ସୁସ୍ଥ ହୋଇ ଫେରିଥିଲେ।

Leave a Reply

Your email address will not be published. Required fields are marked *