ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଗଠନ ହେବ ଆଉ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) । ମୁଖ୍ୟମନ୍ତ୍ରୀ କହିଛନ୍ତି ଉନ୍ନତ ଭିତ୍ତିଭୂମି ଓ ସହରୀକରଣ ବିକାଶର ଏକ ଗୁରୁତ୍ଵ ପୂର୍ଣ୍ଣ ଅଂଶ । କିନ୍ତୁ ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ବାକି ଗ୍ରାମାଞ୍ଚଳରେ ରହୁଛନ୍ତି । ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ ଏନଏସି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏହା ସହରୀକରଣ ଓ ସ୍ଥାନୀୟ ପ୍ରଶାସନକୁ ଆହୁରି ସୁଦୃଢ଼ କରିବ।

ଏହା ସହ ଭୁବନେଶ୍ଵର-କଟକକୁ ବିଭିନ୍ନ କାମ ପାଇଁ ଓଡିଶାର ସବୁ ଜିଲ୍ଲାରୁ ହଜାର ହଜାର ଲୋକେ ଆସିଥାନ୍ତି। ଅଧିକାଂଶ ଲୋକେ ସ୍ୱଳ୍ପ ରହଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ, ସରକାର ଭୁବନେଶ୍ଵରରେ ‘ଜନ ଆଶ୍ରୟ ଭବନ’ ନିର୍ମାଣ କରିବାକୁ ଯାଉଛନ୍ତି। ଏଠାରେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ରହି ନିଜ ନିଜ କାର୍ଯ୍ୟ ସୁବିଧାରେ କରି ପାରିବେ।

ସେହିପରି ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଆଗାମୀ ଦିନରେ ଓଡିଶା ଫାର୍ମାର ହବ୍ ହେବ । ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର । ରାଜଧାନୀରେ ଜନ ଆଶ୍ରୟ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *