୭୯ତମ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ମେଡ଼ାଲ ଏବଂ ପୁରସ୍କାର ପ୍ରଦାନ କରିଛନ୍ତି । ସାହସିକତା ପାଇଁ ରାଷ୍ଟ୍ରପତି ପଦକ: ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି । ସେମାନେ ହେଲେ, ଆର୍ମଡ ପୋଲିସ ଏସଆଇ ଗିରୀଶ ମାଝୀ, ଏସଓଜି ହାବିଲଦାର ପବିତ୍ର ସାହୁ, ହାବିଲଦାର ଉମେଶ ମୁଣ୍ଡା, ଏସଓଜି କମାଣ୍ଡୋ ପୀତାମ୍ବର ସତନାମି, ଓଏସଏପି କମାଣ୍ଡୋ କବି ରାଉତ ଏବଂ ଏସଓଜି କମାଣ୍ଡୋ ସୁଶାନ୍ତ ସାଗରଙ୍କୁ ମିଳିଛି ଏହି ପୁରସ୍କାର । ବଲାଙ୍ଗିର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ଏମାନେ ସଂପୃକ୍ତ ଥିଲେ । ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ: ସେହିପରି ଭିଜିଲାନ୍ସ ଅଧୀକ୍ଷକ ସରୋଜ ସାମଲ ଏବଂ କନଷ୍ଟେବଲ ସତ୍ୟବାଦୀ ମଲିକଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିଛି । ସମ୍ମାନଜନକ ସେବା ପାଇଁ ରାଷ୍ଟ୍ରପତି ପଦକ: ସମ୍ମାନଜନକ ସେବା ପାଇଁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ସେମାନେ ହେଲେ, ଅବଦୁଲ ଫାୟାଜ, ପୋଲିସର ଏସଆଇ, ସିଆଇଡି, କ୍ରାଇମ ବ୍ରାଞ୍ଚ, କଟକ, ଶରତ ଚନ୍ଦ୍ର ବେହେରା, ପୋଲିସର ଏଏସଆଇ, ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ, ତେଜ ବାହାଦୁର ଗୁରୁଙ୍ଗ, ପୋଲିସର ASI (ସଶସ୍ତ୍ର), OSAP ୨ୟ ବାଟାଲିଅନ୍ ଝାରସୁଗୁଡା; ଅତୁଲ କୁମାର ବିଶ୍ୱାଳ, ସି.ଆଇ ହାଭିଲଦାର, ଜଗତ୍ସିଂହପୁର, ଜୟନ୍ତୀ ସୁନା, ହାଭିଲଦାର (ଏପିଆର), ବଲାଙ୍ଗୀର ଜିଲ୍ଲା, ମନୋଜ କୁମାର ଜେନା, ହାଭିଲଦାର, ଓଡିଶା ଶିଳ୍ପ ସୁରକ୍ଷା ବଳ, ଭୁବନେଶ୍ୱର, ଦେବ ପ୍ରସାଦ ମହାନ୍ତି, ଡ୍ରାଇଭର ହାଭିଲଦାର, ଭିଜିଲାନ୍ସ କଟକ ବିଭାଗ ବର୍ତ୍ତମାନ ଅବସରପ୍ରାପ୍ତ, ପରିତୋଶ ମଣ୍ଡଳ, କନଷ୍ଟେବଳ, ଭିଜିଲାନ୍ସ କୋରାପୁଟ ଡିଭିଜନ, ମହମ୍ମଦ ତୋଷିଫ ରାବାନୀ, କନଷ୍ଟେବଳ, ଭିଜିଲାନ୍ସ ଭୁବନେଶ୍ୱର ବିଭାଗ, ତ୍ରିଲୋଚନ ବୁଦ୍ଧିଆ, କନଷ୍ଟେବଲ କାଲାହାଣ୍ଡି ଜିଲ୍ଲା, ନରେଶ କୁମାର ଚୌଧୁରୀ, କନଷ୍ଟେବଳ ଝାରସୁଗୁଡା ଜିଲ୍ଲା । Post navigation ଦୟା ନଦୀରେ ବୁଡ଼ିଗଲେ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର; ଜଣେ ମୃତ, ଜଣେ ନିଖୋଜ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଯୁବକ