ଦୟାନଦୀରେ ବୁଡ଼ିଗଲେ ୨ ଛାତ୍ର । ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ବୁଡ଼ିଗଲେ ଦୁଇ ଛାତ୍ର । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଥିବା ଜଣାପଡିଛି । ମୃତକ ଓ ନିଖୋଜ ଉଭୟ ଅଷ୍ଟମ ଶ୍ରେଣୀ ଛାତ୍ର। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି। ଛାତ୍ର ଦୁଇ ଜଣ ଏକ ଘରୋଇ ସ୍କୁଲର ଥିବା ଜଣାପଡିଛି। ସୂଚନା ଯୋଗ୍ୟ; ଧଉଳି ଥାନା ଅଧୀନରେ ଥିବା ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ୨ ଜଣ ଛାତ୍ର ଆଜି ମଧ୍ୟାହ୍ଣରେ ଦୟାନଦୀର ଡାଲଖାଇ ଘାଟରେ ଗାଧୋଇବାକୁ ଯାଇଥିଲେ । ପାଣିର ଗଭୀରତା ସଂପର୍କରେ ଜାଣି ନଥିବାରୁ ଦୁଇ ଜଣ ଭାସି ଯାଇଥିଲେ। ସେଥିରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି। Post navigation ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ