ଉତ୍ତରାଖଣ୍ଡ ପରେ ଏବେ ଜମ୍ମ-କାଶ୍ମୀରରେ ବାଦଲଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । କିସ୍ତୱାର ଜିଲ୍ଲା ପଦର ଅଞ୍ଚଳରେ ବାଦଲଫଟା ବର୍ଷା ଦେଖିବାକୁ ମିଳିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି। ଏହା ସହ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ବାଦଲଫଟା ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।

ସେହିପରି ବାଦଲ ଫଟିବା ପରେ ତୁରନ୍ତ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛି । କ୍ଷୟକ୍ଷତି ଆକଳନ କରାଯାଉଛି । ଆବଶ୍ୟକ ଚିକିତ୍ସ ବ୍ୟବସ୍ଥା କରାଯାଇଛି । ଘଟଣା ପରେ ସ୍ଥାନୀୟ ପ୍ରଶାସନ ଆଲର୍ଟ ଜାରି କରିଛି ।

ସୂଚନା ଯୋଗ୍ୟ; ବର୍ତ୍ତମାନ ମଚୈଲ ମାତାଙ୍କ ଯାତ୍ରା ଆରମ୍ଭ ହୋଇଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ପାଇଁ ଆସିଥାଆନ୍ତି । ଆଜି ପାଡ଼ର ଅଞ୍ଚଳର ଚଶୌଟୀ ଗ୍ରାମରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି । ବାଦଲ ଫାଟିବା ପରେ ପାଣିର ପ୍ରବଳ ସ୍ରୋତ ଆସି ସବୁକିଛି ଭସାଇ ନେଇଛି । କିସ୍ତୱାର ଚାସୋତି ଓ ପଦର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ସେଠାରେ ଅନେକ ଶ୍ରଦ୍ଧାଳୁ ଶିବିରରେ ରହିଥିଲା ଜଣାପଡିଛି। ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ପାଇଁ ତମ୍ବୁ ଟଣା ଯାଇଥିଲା । ଭୀଷଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟା ଜଳରେ ଉକ୍ତ ତମ୍ବୁ ଭାସିଯାଇଛି । ଏପରିକି ରାସ୍ତା ଉପରେ ଥିବା ଗାଡ଼ି ପ୍ରଖର ସ୍ରୋତରେ ମଧ୍ୟ ଭାସିଯାଇଛି । ଉକ୍ତ ସ୍ଥାନରେ ଗ୍ରାମ ବାସୀଙ୍କ ସମେତ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *